ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅଦ୍ୟ ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟା ଦାୟିନୀ ମାଁ ସରସ୍ୱତୀ ଙ୍କ ପୂଜା ଉତ୍ସବ ଅବସରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଫେବୃୟାରୀ ୨ ତାରିଖ ୨୦୨୫ ରବିବାର ଦିନ ପ୍ରାଣୀଧନ ତାଲିମ୍ ପ୍ରତିଷ୍ଠାନ ଭଞ୍ଜନଗର ଠାରେ ” ଜୀବ ଜନ୍ତୁ କଲ୍ୟାଣ ଦିବସ” ୨୦୨୫ ର ଏକ ଦିବସିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି ଆୟୋଜିତ କର୍ମଶାଳାରେ ଭଞ୍ଜନଗର ଉପଖଣ୍ଡ ର ବିଭିନ୍ନ ବ୍ଳକ୍ ରୁ ୫୦ ରୁ ଉର୍ଦ୍ଧ ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହିଥିଲେ। ଏହି କର୍ମଶାଳାର ଅଖିଳ ଭାରତୀୟ ସନ୍ଥ ସମିତି ଓଡ଼ିଶା ଅଧ୍ୟକ୍ଷ ଓ ଆନନ୍ଦ ଗୋଶାଳା ର ଟ୍ରଷ୍ଟିର୍ ଶ୍ରୀମାନ୍ ସତ୍ୟାନନ୍ଦ ମହାରାଜ୍ , କରଚୁଲି ରୁ ଯୋଗଦାନ କରିଥିବା ବେଳେ ବିଶ୍ବହିନ୍ଦୁ ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ୍ ମୁରଲୀଧର ପଣ୍ଡା, ଭଞ୍ଜନଗର ରୁ, ବିଶ୍ବହିନ୍ଦୁ ପରିଷଦ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀମାନ୍ ସୁଧିର ନାୟକ ଏବଂ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ଶ୍ରୀମାନ୍ ବଟକୃଷ୍ଣ ପଣ୍ଡା ଯୋଗଦାନ କରିଥିଲେ । ପ୍ରଶିକ୍ଷଣ ପ୍ରାରମ୍ଭ ରେ ସମସ୍ତ ସମ୍ମାନନୀୟ ଅତିଥି ଓ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହିତ ଅନୁଷ୍ଠାନ ର ଉପନିର୍ଦେଶକ ତଥା ଆଜିର କାର୍ଯ୍ୟକ୍ରମ ର ପରିଚାଳନା ର ଦାୟିତ୍ଵ ରେ ଥିବା ଶ୍ରୀମାନ୍ ପ୍ରଦୀପ କୁମାର ସାହୁ ଙ୍କ ଉପସ୍ଥିତି ରେ ଗୋମାତା ଙ୍କ ପ୍ରତିମୂର୍ତ୍ତି ନିକଟରେ ଧୁପ ଦୀପ ପ୍ରଜ୍ଜ୍ୱଳନ ପୁଷ୍ପ ଅର୍ପଣ ପୁର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉପସ୍ଥିତ ଅତିଥି ସତ୍ୟାନନ୍ଦ ମହାରାଜ୍ ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ, ଜୀବ ଜନ୍ତୁ ମାନଙ୍କ ପ୍ରତି ନିଷ୍ଠୁର ଓ ନିର୍ଦୟ ଆଚରଣ ନ ରଖି ପ୍ରତ୍ୟେକ ଜୀବଜନ୍ତୁ ମାନଙ୍କ ପ୍ରତି ଦୟା ଭାବନା ରଖିବା ନିମନ୍ତେ ଉପସ୍ଥିତ ପ୍ରଶିକ୍ଷଣ ମାନଙ୍କୁ କହିଥିଲେ। ସେହିପରି ବିଶ୍ବହିନ୍ଦୁ ପରିଷଦ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ୍ ମୁରଲୀଧର ପଣ୍ଡା ଜନ ସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରେରଣ କରି କହିଥିଲେ ଯେ, ଉକ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ର ଛାତ୍ରଛାତ୍ରୀ ଓ ଅନ୍ୟ ସାଧାରଣ ଜନତା ଙ୍କୁ ନେଇ ଜିବେ ଦୟା ଉପରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରିବାକୁ ନିଜ ବକ୍ତବ୍ୟ ମାଧ୍ୟମରେ ଅନୁରୋଧ କରିଥିଲେ। ଆଜିର କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ବରେ ଥିବା ଉକ୍ତ ଅନୁଷ୍ଠାନ ର ଉପନିର୍ଦେଶକ ଡଃ ପ୍ରଦୀପ କୁମାର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ ଜୀବେ ନିଷ୍ଠୁରରା କ’ଣ ? ଏହାର ନିରାକରଣ କିପରି କରାଯାଇ ପାରିବ ଏହା ଉପରେ ସବିଶେଷ ଆଲୋଚନା କରିଥିଲେ। ସବା ଶେଷରେ ଅନୁଷ୍ଠାନ ର ପ୍ରଶିକ୍ଷକ ଡଃ ସୈ।ମ୍ୟ ରଞ୍ଜନ ପତି ଜୀବେ ନିଷ୍ଠୁରତା ଆଇନ୍ ସମ୍ବନ୍ଧରେ ବୁଝାଇବା ସହିତ ଉପସ୍ଥିତ ମଞ୍ଚାସିନ ଅତିଥି ଏବଂ ଚାଷୀ ଭାଇ ଓ ଭଊଣି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ଦୁଇ ଶିଶୁ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ରେ ପରିସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post