ପଦ୍ମପୁର:ତା:୦୨/୦୨-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ମାଘମାସ ଶୁକ୍ଳ ପଞ୍ଚମୀ ତିଥିରେ ସରସ୍ଵତୀ ପୂଜା ଓ ଶିଶୁ ବୋଧ ଶ୍ରେଣୀ ର ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ସହିତ ସାମୂହିକ ଖଡ଼ିଛୁଆଁ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ଶିଶୁ ଭାଇଭଉଣୀ ମାନେ ମୁଣ୍ଡରେ ମାଟି ସିଲଟ, ଗୀତା ବହି ପାଲିଙ୍କି ଧରି ଓ ମାଆ ମାନେ କଳସ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା ସାରି ଶିଶୁ ମନ୍ଦିର କୁ ଫେରି ଆସିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ମନ୍ଦିର ରୁ ପ୍ରତ୍ୟାବର୍ତ୍ତନ କରିଥିବା ସମସ୍ତ ଶିଶୁ ମାନଙ୍କୁ ହଳଦୀ ପାଣି ରେ ଗୋଡ଼ ଧୋଇ ସ୍ବାଗତ କରି ବିଦ୍ୟାରମ୍ଭ ସଂସ୍କାର ଉପରେ ମାର୍ଗ ଦର୍ଶନ କରିଥିଲେ । ପରେପରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ପ୍ରଭାତ ଗୁରୁକୂଳ ଆଶ୍ରମର ବ୍ରହ୍ମଚାରୀ ସମ୍ବିତ ଓ କ୍ଷିତିଶ ଆର୍ଯ୍ୟ ଙ୍କ ପୁରୋହିତ୍ୟ ରେ ମନ୍ତ୍ରପାଠ ଓ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏଥିରେ ଶିବ ପ୍ରସାଦ ସାହୁ,ସୋହନ ଲାଲ ସାହୁ, ରୋହିତ ସାହୁ,ତେଜରାଜ ପଟେଲ,ପୃଥିରାଜ ଖର୍ସେଲ,ରୂପଧର ପଟେଲ, ରଂଜନ କୁମାର ହୋତା ପ୍ରମୁଖ ସପତ୍ନିକ ସହିତ ଯଜ୍ଞ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ସଂପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ହୋଇ କୁନିକୁନି ମୁନରେ କବିତା ଓ ଚିତ୍ର ଅରୁଣ ର ସରସ୍ୱତୀ ବିଶେଷାଙ୍କ କୁ ଉନ୍ମୋଚନ କରିଥିଲେ। ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଙ୍କ ସୁଚନା କ୍ରମେ ଅଭିଭାବକ ମାନେ ଶିଶୁ ମାନଙ୍କୁ ନିଜାମ ପଟେ ବସାଇ ଓମ୍, ସରସ୍ଵତୀ ଙ୍କ ବୀଜ ମନ୍ତ୍ରରେ ଶିଶୁ ଙ୍କ ଆଙ୍ଗୁଠି ବୁଲେଇ ବିଦ୍ୟାରମ୍ଭ ସଂସ୍କାର କରିଥିଲେ। ପରେପରେ ପୂଜକ ମୁଦିରଥ ପଣ୍ଡା ଙ୍କ ପୈ।ରୋହିତ୍ୟ ରେ ସରସ୍ଵତୀ ପୂଜା ଓ ସାମୂହିକ ଖଡ଼ିଛୁଆଁ ଉତ୍ସବ ହୋଇଥିଲା ଏଥିରେ ଆଖପାଖ ଅଞ୍ଚଳରୁ ଶତାଧିକ ଅଭିଭାବକ ଯୋଗଦେଇ ନିଜ ନିଜ ଶିଶୁ ମାନଙ୍କୁ ଖଡ଼ିଛୁଆଁ କରାଇଥିଲେ । ଠିକ୍ ସେହିପରି ବିଦ୍ୟାମନ୍ଦିର ବିଭାଗରେ ପୁଜକ ଯଦୁମଣି ଦାସ ଙ୍କ ପୁରୋହିତ ରେ ପୂଜାକାର୍ଯ୍ୟ ସମାପନ ହୋଇଥିଲା। ମାତୃଭାରତୀ ସଭ୍ୟା, ପୂର୍ବ ଛାତ୍ର ପରିଷଦ ଓ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post