ଭୁବନେଶ୍ୱର, ୦୨/୦୨: ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍) ସହବନ୍ଧିତାରେ କଟକ ଜିଲ୍ଲା ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଳାଶୟ ରୋଗ ବିଜ୍ଞାନ ( ପ୍ରୋକ୍ଟୋଲୋଜି) ବିଷୟରେ ଡିପ୍ଲୋମା କୋର୍ସ ‘ ଡିପ୍ଲୋମା ଇନ୍ ପ୍ରୋକ୍ଟୋଲୋଜି ‘ ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି।
ଭାରତ ବର୍ଷରେ ପ୍ରଥମ ଥର ପାଇଁଁ ଏହି ବିଷୟରେ ଏଭଳି ସ୍ବତନ୍ତ୍ର ପାଠ୍ୟକ୍ରମ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ ରାଜ୍ୟରୁ ଡାକ୍ତରୀ ସ୍ନାତକ (ଏମବିବିଏସ୍, ବିଏଏମ୍ଏସ୍ ଏବଂ ବିଏଚ୍ଏମ୍ଏସ୍) ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। ନାମ ଲେଖାଇଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜପ୍ରତାପ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇପିଏସ୍ ପ୍ରତିଷ୍ଠାତା ସଭାପତି ଏମିରେଟସ୍ ପ୍ରଫେସର ଡାକ୍ତର ଚତୁର୍ଭୂଜ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ଶ୍ରୀ ଆୟୁର୍ବେଦ ଚିକିତ୍ସା ଏବଂ ଅନୁସନ୍ଧାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ଶଲ୍ୟ ଚିକିତ୍ସା ବିଭାଗ ଅଧ୍ୟକ୍ଷ ପ୍ରଫେସର ରବି ନାରାୟଣ ତ୍ରିପାଠୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ପ୍ରୋକ୍ଟୋଲୋଜି ଡିପ୍ଲୋମା କୋର୍ସର ସଂଯୋଜକ ଡାକ୍ତର ରାଜେଶ ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ମେଡିକାଲ ଗାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗର ଏକ ସୁପର ସ୍ପେସାଲିଷ୍ଟ ପାଠ୍ୟ ଭାବେ ପରିଗଣିତ ମଳାଶୟ ରୋଗ ବିଜ୍ଞାନ (ପ୍ରୋକ୍ଟୋଲୋଜି)ରେ ୪୦ରୁ ଊର୍ଦ୍ଧ୍ବ ରୋଗର ନିଦାନ, ଗବେଷଣା ଏବଂ ଚିକିତ୍ସା ସେବା ଦିଆଯାଏ। ଦେଶରେ ପ୍ରଥମଥର ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଭଳି ଏକ ବିଶ୍ବ ସ୍ତରୀୟ ଶିକ୍ଷାନୁଷ୍ଠାନରୁ ପ୍ରୋକ୍ଟୋଲୋଜି ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ ଆରମ୍ଭ ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି ପ୍ରତିଷ୍ଠାତା ଏମିରେଟସ୍ ପ୍ରଫେସର ଡାକ୍ତର ଚତୁର୍ଭୂଜ ଭୂୟାଁ ପ୍ରକାଶ କରିଛନ୍ତି। ଏଭଳି ପାଠ୍ୟକ୍ରମ ଆରମ୍ଭ କରିଥିବାରୁ ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post