(ଶାସକ ପ୍ରଶାସକ / ଖଲ୍ଲିକୋଟ ରୁ ଶିବରାମ ଜେନା :୩୧/୧, କୋଦଳା ଠାରୁ ଖଲ୍ଲିକୋଟ ଅଭିମୁଖେ ଜୁପିଟର ସ୍କୁଟି ରେ ଆସୁଥିବା ଜଣେ ବ୍ୟକ୍ତିଙ୍କ ର ଅଘଟଣ ମୃତ୍ୟୁ ଘଟିଯାଇଛି। ଖବର ନେଜଣାପଡିଛି ଯେ , ରାତ୍ର ୮ ଘଣ୍ଟ ସମୟରେ ଉକ୍ତ ଜୈନିକ ବ୍ୟକ୍ତି ଜଣଙ୍କ ନିଜ ଗାଁ କୋଦଳା ରୁ ଜୁପିଟର ସ୍କୁଟି ଯୋଗେ ଖଲ୍ଲିକୋଟ ଦେଇବାହାରି କେଶପୁ୍ର ରେଳଷ୍ଟେସନ କୁ ଯାଉଥିଲେ ନିଜର ଆତ୍ମୀୟ କୁ ଆଣିବା ଲାଗି | କିନ୍ତୁ ଭାଗ୍ୟର ବିଡମ୍ବନା , କଲେଜ ଢେପ ତଥା ପ୍ରାକ୍ତନ ବିଧାୟିକାଙ୍କ ବାସଗୃହ ପାଖାପାଖି ଏକ ବୃହତ କା଼ୟ ବାରହା ପାହାଡ ଘେରା ମଧ୍ୟରୁ ବାହାରିପଡି ସ୍କୁଟି ଚାଳକ ଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ କି ସ୍କୁଟି ଚାଳକ ଛିଟିକି କରି ଅଚେତ ହୋଇପଡ଼ିଥିଲେ, କେତେକ ଲୋକ ଅଟୋ ରେ ଅଚେତ୍ ଅବସ୍ତାରେ ଉକ୍ତ ଆ଼ହତ ବ୍ୟକ୍ତି ଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ କ୍ଷତବିକ୍ଷତ ହୋଇଥିଲେ ବୋଲି ଜଣାପଡିଛି। କିନ୍ତୁ କ୍ଷୋଭର ବିଷୟ , ଡାକ୍ତର ବହୁ ପରୀକ୍ଷା ନିରକ୍ଷା କଲାପରେ ଜଣାପଡ଼ିଲା ଯେ,ତାଙ୍କର ଜ୍ଞାନ ନାହିଁ, ମୁଣ୍ଡକୁ ଶକ୍ତ ଆଘାତ ଲାଗିଛି।
ଶେଷରେ ଡାକ୍ତର ଦ୍ଵୟ ମୃତ୍ୟୁ ଘୋଷଣା କରିଥିଲେ। ଖବର ନେବାରୁ ଜଣାପଡିଛି ଯେ ମୃତକଙ୍କ ଘର କୋଦଳା,ନାମ ସୁନୀଲ କୁମାର ମଳିକ, ପିତା – ନବଘନ ମଳିକ ,ଵ଼ୟସ ୩୮ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.