୨୦୪ ଅଯୋଗ୍ୟ ରାସନ୍ କାର୍ଡଧାରୀ ଚିହ୍ନଟ, ନିର୍ଦ୍ଧାରିତ ସମୟରେ ଫେରସ୍ତ ନକଲେ କାର୍ଯ୍ୟାନୁଷ୍ଠାନ

0 2

ବର୍ତ୍ତମାନ ସୁଦ୍ଧା ୨୩ ଜଣ ରାସନ୍ କାର୍ଡ ଫେରାଇଛନ୍ତି

ଓଡ଼ଗାଁ,୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ୨୦୪ଜଣ ଅଯୋଗ୍ୟ ରାସନ୍ କାର୍ଡଧାରୀ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩ ଜଣ ରାସନ୍ କାର୍ଡ ଫେରାଇ ଥିବା ଜଣାଯାଇଛି। ଏହି ୨୦୪ ରାସନ୍ କାର୍ଡ ମାଧ୍ୟମରେ ୭୨୧ଜଣ ପ୍ରତ୍ୟେକେ ୫ କିଲୋଗ୍ରାମ ଲେଖାଏଁ ପ୍ରତି ମାସରେ ୩୬ କୁଇଁଟାଲ ଚାଉଳ ନେଉଥିଲେ।ଏବେ ୨୩ କାର୍ଡ ଫେରିବା ପରେ ୮୫ ଜଣଙ୍କ ୪ କୁଇଁଣ୍ଟାଲ ୨୫ କିଲୋଗ୍ରାମ ଚାଉଳ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ବଣ୍ଟନ କରାଯାଇପାରିବ। ତେବେ କାର୍ଡ ଫେରସ୍ତ ପରେ ବର୍ତମାନ ସୁଦ୍ଧା ଫେରସ୍ତ ହୋଇନଥିବା ୧୮୧ କାର୍ଡଧାରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନଙ୍କ କାର୍ଡ ଫେରସ୍ତ ନକଲେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୂତ ରାସନ୍ କାର୍ଡଧାରୀଙ୍କୁ ବାଦ୍ ଦେବା ନିମନ୍ତେ ଇକେୱ।ଇସି ଚାଲିଥିବା ବେଳେ ଏହାର ସମୟସୀମା ଫେବୃୟାରୀ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମୟ ସୀମା ସରିବା ପରେ ଆବେଦନ କରିଥିବା ହିତାଧିକାରୀଙ୍କ ଯାଞ୍ଚ କରାଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ଦିଆଯିବ।

Leave A Reply

Your email address will not be published.