ଫୁଲିକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସମାବେଶ

0 2

ବିଦ୍ୟାଳୟ ର ବିକାଶ ପାଇଁ ରହିଛି ସମସ୍ତ ଙ୍କ କର୍ତ୍ତବ୍ୟ

ଖପ୍ରାଖୋଲ ୧/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲୁକୁମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ପୁରାତନ ଛାତ୍ର ସମାବେଶ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଗୋପାଲ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ମୁଖ୍ୟ ବକ୍ତା ରୂପେ ପରିବେଶ କର୍ମୀ ଡ଼ ଅଭୟ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ମୋହନ ସୁନା, ଅଶୋକ ବାଗ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ର ବିକାଶ ପାଇଁ ସମସ୍ତ ଙ୍କ କର୍ତ୍ତବ୍ୟ ବୋଲି କହିବା ସହିତ ଏହା ହିଁ ବିଦ୍ୟାଳୟ ପ୍ରତି ଦକ୍ଷିଣା ବୋଲି କହିଛନ୍ତି। ଏହି ଅବସରରେ ବିଦ୍ୟାଳୟ ର ୨୨ ଜଣ ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରେମ କିଶୋର ସାହୁ, ଡୋଳା ମନି ସାହୁ, ସଂଖଧର ମାଝୀ, ମୂରଲୀ ମେହେର ପ୍ରମୁଖ ପୁରାତନ ଛାତ୍ର ସମେତ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।

Leave A Reply

Your email address will not be published.