ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶ ସ୍ୱାଧୀନତା ପାଇଁ ବଳି ଦେଇଥିବା ଶହୀଦ ମାନଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହୀଦ ଦିବସ ପାଳିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମହା ପୁରୁଷମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ , ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ , ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର , ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପଣ୍ଡିତ , ତିଲୋଚନ ବାରିକ , କେ.ଦୁର୍ଯ୍ୟୋଧନ , ଏଲ୍.ଦୁର୍ଯ୍ୟୋଧନ , ଲାଲି ଖଡଗରାୟ , ମହାବିଦ୍ୟାଳୟର ଛାତ୍ରୀ ଙ୍କ ସମେତ ମହାବିଦ୍ୟାଳୟର କର୍ମକର୍ତା ମାନେ ଉକ୍ତ ନୀରବ ପ୍ରାର୍ଥନାରେ ଯୋଗ ଦେଇ ଶହୀଦ ମାନଙ୍କ ଅମର ଆତ୍ମାପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.