୮ରୁ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ “ଉତ୍ତାଲଗଡ଼ ଉଚ୍ଛବ”

2

ବିଜେପୁର /ସୁଶାନ୍ତ ସାହୁ ସମ୍ବଲପୁରୀ କୋଶଲି ଭାଷାର ରାଜ୍ୟସ୍ତରୀୟ ନାଟକ ସଂସ୍କୃତି ହୋତ୍ସବ ଉତ୍ତାଲଗଡ଼ ଉଚ୍ଛବ ଆସନ୍ତା ଫେବ୍ରୁଆରି ୮ତାରିଖରୁ ଆରମ୍ଭ ହେବା ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବିଜେପୁର ବ୍ଲକ ତାଳପଦର ସ୍ଥିତ ଉତ୍ତାଲଗଡ଼ ନାଟ୍ୟ ସଂସଦ ପକ୍ଷରୁ ଖଗେଶ୍ଵର ମଣ୍ଡପଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି I୮ ତାରିଖ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଥିବା ନାଟକ ସୋନପୁର ବଡ଼କର୍ଲେର ‘ବଲଦ’, ପଦ୍ମପୁର ‘ଲୁ’ ଅନୁଷ୍ଠାନର ‘ରଙ୍ଗଭୂମି’ ଓ ସମ୍ବଲପୁର ଶସ୍ତ୍ର ସାଂସ୍କୃତିକ ଅନୁଷ୍ଠାନର ‘ରଙ୍ଗଭୂମି’, ୯ ତାରିଖ ସଂଧ୍ୟାରେ ମହୁଲପାଲି ନାଟ୍ୟ ଗ୍ରାମ ପକ୍ଷରୁ ନୃତ୍ୟ ନାଟକ ‘ପଏଚ୍ଛା ସତୀ’, ସମ୍ବଲପୁର ଅଦୃଶ୍ୟ ନାଟ୍ୟ ଆଶ୍ରମର ‘ଶୁଆ ଶାରୀ କଥା’, ପଦ୍ମପୁର ଅବଣ୍ଠିଗୁଣାର ‘ରଘୁପତି ରାଘବ ରାଜାରାମ’ ଓ ସୋହେଲା ଚେତନା ଅନୁଷ୍ଠାନର ‘ଅମୃତମହୋତ୍ସବ’ ପ୍ରଦର୍ଶିତ ହେବା ଏଥିସହ ଲୋକଗୀତ, ଲୋକନୃତ୍ୟ, ସମ୍ମାନ, ସମ୍ବଦ୍ଧନା, ପ୍ରଦର୍ଶନୀ ମେଳା ଆଦି ଅନୁଷ୍ଠିତ ହେବା ଏ ନେଇ ଅନୁଷ୍ଠାନ ପକ୍ଷରୁ ସଭାପତି ହୃଦମଣି ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସଂଯୋଜକ ସୁଶାନ୍ତ ମିଶ୍ର, ଉପସଭାପତି ବିବେକାନନ୍ଦ ପଧାନ, ବରିଷ୍ଠ ସଦସ୍ୟ ସୋମନାଥ ପଧାନ, ନବୀନ ପାଧାନ, ପପଟଲାଲ ଭୋଇ, ସର୍ଜନ ପ୍ରଧାନ, ଗଜାନନ ସାହୁ, କ୍ଷିତିପତି ରଣା, ବାସୁଦେବ ପଧାନ, ଚୈତନ୍ୟ ବିଶ୍ଵାଳ, ନେତ୍ରାନନ୍ଦ ସାହୁ, ଉମେଶ ଭୋଇ, ଗଣନାଥ ସାହୁ, ସୁଦର୍ଶନ ବନଛୋର,ଭାସ୍କର ସାହୁ, ମୁକେଶ ସାହୁ, ଦେବାଶିଷ ପଧାନ,ଆଲୋକ ସାହୁ, ମିକୁ ସାହୁଙ୍କ ସମେତ ବହୁ ସଂଖ୍ୟାରେ ପରିଚାଳନା କମିଟିର ସଦସ୍ୟ ସ୍ୟବୃନ୍ଦ ଉପସ୍ଥିତ ଥିଲେ ସଂସଦର ସଂପାଦକ ସୁଶାନ୍ତ ରଂଜନ ପଧାନ ଧନ୍ୟବାଦ ଦେଇଥିଲେ |

Leave A Reply

Your email address will not be published.