ଉଦଯାପିତ ହେଲା ଦିବାକର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

2

ଚମ୍ପିୟାନ ହେଲା ମୁଣ୍ଡ ମୁହାଣ କ୍ଳବ୍ କଟକ।

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ସୁଙ୍ଗୁଡା ନୀଳମଣି ମିନି ଷ୍ଟାଡିୟମରେ ଶ୍ରୀ ଗଣେଶ କ୍ଳବ୍ ପକ୍ଷ ରୁ ଦିବାକର ମେମୋରିଆଲ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଶେଷ ତଥା ଅନ୍ତିମ ମ୍ୟାଚରେ କୋଲାଘାଟ ହାୱଡା ସହିତ ମୁଣ୍ଡ ମୁହାଣ କ୍ଳବ୍ କଟକ ମଧ୍ୟ ରେ ଅନୁଷ୍ଟିତ ହୋଇଥିଲା । କୋଲଘାଟ କୁ ହରାଇ ମୁଣ୍ଡ ମୁହାଣ କ୍ଳବ୍ କଟକ ଚମ୍ପିୟାନ ହୋଇଛି ।ଶେଷ ଦିନ ରେ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ବିଜେପି ନେତା ବାଣୀ କଲ୍ୟାଣ ମହାନ୍ତି, ତ୍ୟାଗ ଭୂମି ସଭାପତି ଅଜୟ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।। ଅନ୍ୟ ଅତିଥି ଭାବେ ୧୬ ନମ୍ୱର୍ ୱାର୍ଡ କାଉନସିଲର, ସମାଜସେବୀ ବିଜୟ ମହାନ୍ତି ଯୋଗ ଦେଇଥିଲେ। ଏହି ଅବସର ରେ ଚମ୍ପିୟାନ ଦଳ କୁ ଟ୍ରଫି ସହ ପନ୍ଦର ହଜାର ଆର୍ଥିକ ରାଶି ଓ ରନର୍ସ ଅପ୍ ଦଳ କୁ ଟ୍ରଫି ସହ ଦଶ ହଜାର ଆର୍ଥିକ ରାଶି ପ୍ରଦାନ କରାଯାଇଛି।।

ଫାଇନାଲ ଖେଳ ଟିକୁ ରେଫରୀ ଭାବ ରେ ମାନସ କୁମାର ବିଶ୍ବାଳ, ରାମ ଚନ୍ଦ୍ର ବେଶ୍ରା ଓ ଗଣେଶ୍ୱର ସିଂ ପରିଚାଳନା କରିଥିଲେ। କ୍ଳବ୍ ର ସଭାପତି ଗୌରାଙ୍ଗ ବେହେରା , ସମ୍ପାଦକ ସୁବାସ ନାୟକ, ଙ୍କ ସହ ଉପ ସଭାପତି ଏସ କେ ଗୋଲାମ ସଫିୟାନ୍, ସହ ସମ୍ପାଦକ ହୃଷୀକେଶ ସାହୁ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.