ବେଲଗୁଣ୍ଠାରେ ଧାନ କିଣା ଅଗ୍ରଗତି ସମୀକ୍ଷା, ବିଭିନ୍ନ ମଣ୍ଡି ବୁଲିଲେ ତହସିଲଦାର ଓ ବିଡ଼ିଓ

2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଧାନ କିଣା, ମଣ୍ଡି, ଟୋକନ୍ ଆଦି ସମସ୍ୟା ଭିତରେ ବେଲଗୁଣ୍ଠା ବ୍ଳକ୍ ର ଚାଷୀମାନେ ନିଜର ଧାନ ବିକ୍ରି ନେଇ ବିଭିନ୍ନ ଆଶା ଆଶଙ୍କା ମଧ୍ୟରେ ରହିଥିବା ବେଳେ ଚାଷୀଙ୍କ ମନରୁ ସମସ୍ତ ପ୍ରକାର ଭୟ ଭ୍ରାନ୍ତି ଦୂର କରିବା ପାଇଁ ବେଲଗୁଣ୍ଠା ତହସିଲଦାର ଓ ବିଡ଼ିଓ ବିଭିନ୍ନ ମଣ୍ଡି ବୁଲି ତଦାରଖ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଓ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମିତ୍ ରଞ୍ଜନ ହୋତା ଏବଂ ଯୋଗାଣ ନୀରିକ୍ଷକ ସୁମନ୍ତ ମଲ୍ଲିକଙ୍କୁ ସାଥିରେ ନେଇ ବିଭିନ୍ନ ଗ୍ରାମର ଚାଷୀଙ୍କ ନିକଟରେ ପହଞ୍ଚି ସେମାନଙ୍କର ଧାନ ବିକ୍ରୟ ସ୍ଥିତି ଉପରେ ଆଲୋଚନା କରିବା ସହିତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ପ୍ରତିଶୃ୍ତି ମଧ୍ୟ ଦେଇଛନ୍ତି I ଟୋକନ୍ ସରିଯିବା ନେଇ ବହୁ ଚାଷୀଙ୍କର ଭ୍ରାନ୍ତ ଧାରଣା ରହିଥିବା ବେଳେ ତହସିଳଦାର ଶ୍ରୀ ପ୍ରଧାନ ନିଜର ଟିମ୍ ସହିତ ଚାଷୀଙ୍କ ନିକଟରେ ପହଞ୍ଚି ଏହି ଭ୍ରାନ୍ତଧାରଣାକୁ ଦୂର କରିଛନ୍ତି I ଲାପ୍ସ୍ ହୋଇଥିବା ଟୋକନ୍ ପାଇଁ ଅତିରିକ୍ତ ପନ୍ଦର ଦିନ ଅବଧି ପ୍ରଦାନ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ଯରେ ଚାଷୀଙ୍କ ଠାରୁ ଧାନ କିଣାଯାଇ ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃ୍ତି ଦେଇଛନ୍ତି ଶ୍ରୀ ପ୍ରଧାନ I ଏହା ସହିତ ତହସିଲଦାର ଶ୍ରୀ ପ୍ରଧାନ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ଠାରୁ କିପରି ଧାନ କିଣାଯାଉଛି ସେ ସମ୍ପର୍କରେ ତଦାରଖ କରିବା ସହିତ ଚାଷୀଙ୍କ ଠାରୁ ଧାନ କିଣିବା ବେଳେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ନଦେବା ପାଇଁ ସମ୍ପାଦକ ମାନଙ୍କୁ ତାଗିଦ୍ କରିଥିଲେ I ବର୍ତ୍ତମାନ ବେଲଗୁଣ୍ଠା ବ୍ଳକ୍ ରେ ୧୨୮୩୮୨.୦୬ କ୍ୱିଣ୍ଟାଲ୍ ଧାନ କିଣାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୫୧୦୦୭.୦୧ କ୍ୱିଣ୍ଟାଲ୍ ଧାନ କିଣାଯାଇଥିବା ଯୋଗାଣ ନୀରିକ୍ଷକ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.