ଅସ୍ତରଙ୍ଗ୨୯/୧- ପବିତ୍ର ମାଘ ମାସ ତ୍ରିବେଣୀ ଅମାବାସ୍ୟା ରେ ଅସ୍ତରଙ୍ଗ ର ପ୍ରସିଦ୍ଧ ଶକ୍ତିପୀଠ ରେ ମହୋତ୍ସବ ଅନୁଷ୍ଠିତ ହୋଇଛି, ପୂର୍ବ ରାତିରେ ଭକ୍ତମାନେ ନିଜ ନିଜ ଇଛା ପୁରଣ ନିମନ୍ତେ କଳସ ସ୍ଥାପନ କରିଥିଲେ, ମାନ୍ୟତା ଅଛି ଏହି ଦେବୀ ଙ୍କ ନିକଟରେ ଥିବା ତ୍ରିବେଣୀ ପୁଷ୍କରିଣୀ ରେ ସ୍ନାନ କରିବା ପରେ ଦେବୀ ସ୍ନାନ ପାଦୁକ ପାଇ, ସମର୍ପଣ ଧୂପ ବାସ୍ନା କୁ ରୋଗୀ ପାଇଲେ ଜ୍ୱର ରୋଗ ରୁ ଉପକୃତ ପାଇଥାନ୍ତି, ଆଜିର ପବିତ୍ର ଦିନ ରେ ଦେବୀ ଉକୁଳେଇ ଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ, ମା ଆଜି ଦିନ ରେ ତ୍ରିବେଣୀ ପୁଷ୍କରିଣୀ ରେ ନିଜେ ଆସି ଚାପ ଖେଳିବା ପରେ ଉକ୍ତ ପୁଷ୍କରିଣୀ ଜଳ ଔଷଧ ରୂପେ କାର୍ଯ୍ୟ କରେ ବୋଲି ଆଧ୍ୟାତ୍ମିକ ମତ ରହିଛି, ଆଜି ରାତ୍ର ୨ଘଟିକା ରୁ ଦ୍ୱାର ଫିଟା ହୋଇ ସକାଳୁ ମା ଙ୍କର ମଙ୍ଗଳ ଆରତୀ, ସ୍ନାନ, ମାର୍ଜନା, ହେବା ପରେ ମା ଙ୍କୁ ଆଜି ଷୋଡଶ ଉପଚାର ପୂଜା ରେ ବୈଦିକ ବ୍ରାହ୍ମଣ ପୂଜା କରିଛନ୍ତି, ସୁର୍ଯ୍ୟପୂଜା, ବରୁଣ ପୂଜା, ନବଗ୍ରହ ପୂଜା, ସବୁ ସରିବା ପରେ ଯଜ୍ଞ କୁଣ୍ଡ ରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ଘୃତାହୂତି ଦିଆଯାଇଛି, ରାଜ୍ୟ ର ଅନେକ ଅଞ୍ଚଳ ରୁ ଆଜି ଦିନ ରେ ପ୍ରାୟତଃ ୫୦ହଜାର ଲୋକ ଙ୍କ ସମାଗମ ହୋଇଛି, ମନ୍ତ୍ରପାଠ ବେଦ ଧୋନି ରେ ଆଜି ଏହି ପୀଠ ରେ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି, ଜିଉଁନ୍ତି ଗ୍ରାମ ର ମଙ୍ଗୁଳି ଚରଣ ମହାନ୍ତି ବର୍ତ୍ତମାନ ଏହି ଦେବୀ ଙ୍କର ମୁଖ୍ୟ ପୂଜାରୀ ହୋଇ ସମସ୍ତ କାର୍ଯ୍ୟ ନିଷ୍ଠାପର ଭାବେ ପରିଚାଳନା କରିଛନ୍ତି, ସ୍ଥାନୀୟ ସି୍ଧେଶ୍ୱର ଯୁବ କ୍ଲବ ର ସଦସ୍ୟ ମାନେ ଏହି ଅନୁଷ୍ଠାନ ସହିତ ଜଡିତ ହୋଇ ସମସ୍ତ କାର୍ଯ୍ୟ କୁ ସମ୍ମାପନ କରିଛନ୍ତି, ମେଳଣ ପଡିଆ କୁ ଯାତ୍ରା ପାର୍ଟି ଚାରୀ ରାତି ପର୍ଯ୍ୟନ୍ତ ଚାଲିବ ଓ ତା ସହିତ ଓଡ଼ିଆ ସିନେମା ଜଗତ ର ଆଗଧାଡିର କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କର୍ଯ୍ୟକ୍ରମ ଚାରୀ ରାତି ପର୍ଯ୍ୟନ୍ତ ଜାରି ରହିବ, ଅସ୍ତରଙ୍ଗ ପୋଲିସ ଓ ତହସିଲଦାର ଏହି ଅନୁଷ୍ଠାନ ରେ ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି l
Sign in
Sign in
Recover your password.
A password will be e-mailed to you.