କେନ୍ଦୁଝର,ତା୩୦/୧(ଦିଲୀପ ସାହୁ)- କେନ୍ଦୁଝର ଧରଣୀଧର ବିଶ୍ବ ବିଦ୍ୟାଳୟର ଜାତୀୟସେବା ଯୋଜନା ବ୍ୟୁରୋ,କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ଏବଂ ଭୂମିକାଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ବୋଦାପଳଶା ପଞ୍ଚାୟତରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଧରଣୀଧର ବିଶ୍ବ ବିଦ୍ୟାଳୟର କୁଳପତି ଡା. ପ୍ରତାପ ଚନ୍ଦ୍ର ମହାନ୍ତି ଯୋଗଦେଇ ମା’ ତାରିଣୀଙ୍କ ଫଟୋ ଚିତ୍ରରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର ଉଦଘାଟନ କରିଥିଲେ।ଏହି ପଞ୍ଚାୟତର ଶଙ୍କରପୁର, ବୋଦାପଳଶା, କେନ୍ଦୁଆ, ମହୁଲଡିହା, ଜମୁନାପଶି, କବିତ୍ରା, ସଦରପଡା ଆଦି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶିବିରରେ ଯୋଗ ଦେଇଥିଲେ। କୁଳପତି ଡା. ମହାନ୍ତି ଜାତୀୟ ସେବା ଯୋଜନାର ସମସ୍ତ ବିଦ୍ୟାଳୟର ସ୍ୱେଚ୍ଛାସେବୀ ଶିବିରରୁ ପ୍ରେରଣା ପାଇବେ ବୋଲି କହିଥିଲେ। ପ୍ରତ୍ୟେକ ମହାବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଶିବିର କରାଯାଇ ବରିଷ୍ଠ ନାଗରିକ ମାନଙ୍କୁ ଅନ୍ଧତ୍ବ ଦୂର କରିବା ଲକ୍ଷ ବୋଲି ଉପସ୍ଥିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଜଣାଇଥିଲେ।ଏହାସହ ସେମାନେ ଅନ୍ଧତ୍ବ ଦୂରୀକରଣ ଅଭିଯାନରେ ନେତୃତ୍ବ ନେବାକୁ ମାର୍ଗଦର୍ଶନ ଦେଇଥିଲେ।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ସହ ଜାତୀୟ ସେବା ଯୋଜନା ମିଳିତ ଏହି କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବାକୁ ଅବଗତ କରିଥିଲେ। ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜିକା ଡା. ସରିତା ନାୟକଙ୍କ ମାର୍ଗଦର୍ଶନରେ ତଥା କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ସମ୍ପାଦକ ତଥା କେନ୍ଦୁଝର ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ସମାଜସେବୀ ଶ୍ରୀ ଭକ୍ତବତ୍ସଳ ମହାନ୍ତିଙ୍କ ସଂଯୋଜନାରେ ଜାତୀୟ ସେବା ଯୋଜନା ୩୦ଜଣ ସ୍ବେଚ୍ଛାସେବୀ ଶିବିର ଆୟୋଜନରେ ସହଯୋଗ କରିଥିଲେ। ଡା. ସରିତା ନାୟକ ଅନ୍ଧତ୍ବ ଦୂରୀକରଣ ପାଇଁ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି କହିଥିଲେ।ସାମ୍ବାଦିକ ତଥା ବୋଦାପଳଶା ଗ୍ରାମର ଯୁବ ନେତୃତ୍ବ ଶ୍ରୀ ପ୍ରତ୍ୟୁଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସ୍ବାଗତ ଜଣାଇବା ସହିତ ପ୍ରଶଂସା କରିଥିଲେ। ଭୂମିକା ଚକ୍ଷୁ ଚିକିତ୍ସାଳୟର କ୍ଷେତ୍ରୀୟ ପରିଚାଳକ ଶ୍ରୀ ରୁଦ୍ରନାରାୟଣ ଲୋହାରଙ୍କ ନେତୃତ୍ବରେ ଅପଟମ ଶ୍ରୀ ଶୟନ ସୁନ୍ଦର ମାଇତି,ବରିଷ୍ଠ ସ୍ବାସ୍ଥ୍ୟ ସେବିକା ମମତା ପାତ୍ର,ଲକ୍ଷ୍ମୀ ବେହେରା ପ୍ରମୁଖ ୯୨ଜଣ ବରିଷ୍ଠ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରି ପ୍ରାଥମିକ ସେବା ପ୍ରଦାନ କରିଥିଲେ। ଏଥିରୁ ୨୧ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରି ୧୫ଜଣ ବରିଷ୍ଠ ନାଗରିକଙ୍କୁ ଅସ୍ତ୍ରୋପଚାର ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି। ବୋଦାପଳଶା ଆଞ୍ଚଳିକ ସ୍ବୟଂ ସହାୟକ ଗୋଷ୍ଠୀର ୪୧ଜଣ ଅଗ୍ରଣୀ ମହିଳାଙ୍କୁ ମୋତିଆ ବିନ୍ଦୁ ଚିହ୍ନଟ କରିବା ପାଇଁ ପଞ୍ଚାୟତ ସଭାଗୃହରେ ତାଲିମ ପ୍ରଦାନ କରାଯାଇଛି।ମହାସଂଘର କାର୍ଯ୍ୟକାରୀ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରଣଜିତ ମହାନ୍ତ, ଯୁବ ସ୍ବେଚ୍ଛାସେବୀ ତୁଷାର ସେଠୀ, ସୁଶ୍ରୀ ସଂଙ୍ଗୀତା ପାତ୍ର, ଜ୍ୟୋତିର୍ମୟୀ ନାୟକ, ଅନିତା ନାୟକ, ସୁମନ ଗୁପ୍ତା, ଅଞ୍ଜଳି ସାହୁ, ମହାସଂଘର ମହିଳାମାନେ ରୋଗୀମାନଙ୍କୁ ନେବା ଆଣିବା ଓ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.