ପଦ୍ମପୁର: ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପରିସରରେ ବ୍ଲକ ର ସମସ୍ତ ବିଦ୍ୟାଳୟ ର ୧୦୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ସାଇନିଂ ଷ୍ଟାର୍ ଅନୁଷ୍ଠିତ ହୋଇଯାଇଛି l ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ ଲୋକନାଥ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ପାଇକମାଲ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡାମଣି ବାରିକ୍ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଜମରତଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେଶ ଖମାରୀ, ଜମଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଏବଂ ବିଜ୍ଞାନ ଶିକ୍ଷକ ମାନସ ଶତପଥୀ ଯୋଗଦାନ କରିଥିଲେ l ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରୀ ଗଣେଶ ଏବଂ ମା ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ସମସ୍ତ ଅତିଥି ଏବଂ ସାଧନ କର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ସମସ୍ତ ଅତିଥି ତଥା ସାଧନକର୍ମୀ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରେରଣାଦାୟୀ ତଥା ହୃଦୟସ୍ପର୍ଶୀ ଅଭିଭାଷଣ ପ୍ରଦାନ କରିଥିଲେ l ଆଗକୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ କେମିତି ନିର୍ଭୟ ସହକାରେ ପରୀକ୍ଷା ଦେଇ ଭଲ ନମ୍ବର ରଖିବେ ସେ ଉଦ୍ଦେଶ୍ଯ ରେ ସାଧନ କର୍ମୀ ମାନେ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ପ୍ରତ୍ୟେକ ଟି ବିଷୟରେ ଥିବା ସଂଶୟ ଦୂରୀଭୂତ କରିବା ପାଇଁ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ୨୦ ଜଣ ସାଧନକର୍ମୀ ବିଭିନ୍ନ ଅଭିନବ ଉପାୟ ଅବଲମ୍ବନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ହରେକୃଷ୍ଣ ମେହେର୍ ଧନ୍ୟବାଦ୍ ଦେଇଥିଲେ l କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ସମସ୍ତ ସାଧନକର୍ମୀ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ l ବ୍ଲକଶିକ୍ଷା କାର୍ଯ୍ୟାଳୟ ତଥା ସାଧନକର୍ମୀ ମାନଙ୍କ ଏହି ଅଭିନବ ପ୍ରୟାସ ପାଇଁ ଅଭିଭାବକ ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ l ଆଗକୁ ପୁଣି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଭୋଇ ପ୍ରତିଶ୍ରୁତି ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.