ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରବ ପ୍ରାର୍ଥନା l

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:-ତା.୩୦/୦୧/୨୦୨୫ ଜାତିର ଜନକ ମହାତ୍ମl ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି l ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷ ଓ ମହିୟସୀ ମାନେ ନିଜ ଜୀବନକୁ ଆତ୍ମ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତି ଉଦେଶ୍ୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶହୀଦ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ, ଗୁଣପୁରଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକଙ୍କ ଆହ୍ୱାନରେ ବରିଷ୍ଠ ରାଜସ୍ୱ ସହାୟକ ଅଜୟ ନାହାକ, ଗଣି ମାଳି, ରାଧାକୃଷ୍ଣ ସେଠି, ମନୋଜ ପାତ୍ର, ସୁଶାନ୍ତ ଦାସ, ହରି ମିଶାଲ, ସଦମିତା ଗମାଙ୍ଗ, କନିଷ୍ଠ ରାଜସ୍ବ ସହାୟକ ନନ୍ଦିତା ଶବର, ରାଜେଶ ସାହୁ, ବିନୋଦ ଶବର, ଅଜୟ ଶବର, ତପନ ରଥ, ବିକ୍ରମ ସାହୁ, ଯସ୍ମୀନ ଭୂୟାଁ, କବିରାଜ, ଅନନ୍ତ ବିଡିକା, ପ୍ରସନ୍ନ ପଣ୍ଡା ପ୍ରମୁଖ ଯୋଗଦାନ କରି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଓ ସେମାନଙ୍କ ଉଦ୍ଧେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ l କାର୍ଯ୍ୟକ୍ରମକୁ ଅନନ୍ତ ପାତ୍ର ପରିଚାଳନା କରିଥିଲେ ।

 

Leave A Reply

Your email address will not be published.