ଚଚରାଭଟା ରେ ଜଙ୍ଗଲ ଜାତ ଖାଦ୍ୟ ଅଭ୍ୟାସ ସମ୍ପର୍କିତ ସଚେତନତା ଶିବିର

2

ଖପ୍ରାଖୋଲ ୨୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଚଚରାଭଟା ଠାରେ ଆର ସି ଡ଼ି ସି ତରଫରୁ ଜଙ୍ଗଲଜାତ ଖାଦ୍ୟ ଅଭ୍ୟାସ ଓ ଏହାର ପ୍ରୋତ୍ସାହନ ସମ୍ପର୍କିତ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦେବରାଜ ବାଗ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମ ର ଆବାହକ କୁଳମଣି ସାହୁ, ସମ୍ମାନୀତ ଅତିଥି ରୂପେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଉପଦେଷ୍ଟା ଟିକେନ୍ଦ୍ର ଜାଲ, ପରିବେଶ କର୍ମୀ ଡ. ଅଭୟ ତ୍ରିପାଠୀ, ବନ ରକ୍ଷୀ ସଂଜୀବ ପ୍ରଧାନ, ରାଜେନ୍ଦ୍ର ଧରୁଆ, ଚାଷୀ ନେତା ମଧୁସୂଦନ ସାହୁ, ଖାଦ୍ୟ ସୁରକ୍ଷା ମହାସଂଘ ସଭାପତି ଦୁର୍ଯ୍ୟୋଧନ ବରିହା, ଗୌନ୍ତିଆ ଡଗର ମାଝୀ, ନାରୀନେତ୍ରୀ ମାଳତୀ ନାଏକ ଯୋଗଦେଇ ଜଙ୍ଗଲ ରୁ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟ, ଶାଗ, ଛତୁ, ଫଳ, ମୂଳ,ଲଘୁ ବନଜାତ ଦ୍ରବ୍ୟ ଓ ତାର ଉପକାରିତା। ଏହା ମାଧ୍ୟମ ରେ ମଣିଷକୁ ପୁଷ୍ଟିକର ଜୈବିକ ଖାଦ୍ୟ ମିଳିବା ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ ବୋଲି ଅତିଥି ମାନେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ଗାଁ ରୁ ଆସିଥିବା ମହିଳା ପୁରୁଷ ପୂର୍ବରୁ ଜଙ୍ଗଲ ରୁ ମିଳୁଥିବା ଖାଦ୍ୟ ଦ୍ରବ୍ୟ ଉପରେ କହିଥିଲେ। ଖାଦ୍ୟ ଅଭ୍ୟାସ କୁ ଜାରିରଖିବା କହିଥିଲେ। ଏହି ଅବସରରେ ବିଭିନ୍ନ ଜଙ୍ଗଲ ଜାତ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ସେହିପରି ପାରମ୍ପାରିକ ଔଷଧ, ଚେର ମୂଳ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ ରଘୁନାଥ ରଣା, ନାରାୟଣ ସାହୁ, ଲିଙ୍ଗରାଜ ନିଆଳ ସମେତ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ।

Leave A Reply

Your email address will not be published.