ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

2

ନୟାଗଡ଼ (ବିଶ୍ୱଜିତ ନାୟକ):  ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଆଠଦିନ ବ୍ୟାପୀ ଆୟୋଜିତ ହୋଇଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ସଭାରେ  ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ  ତଥା ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ସସ୍ମିତା ନାୟକ ଉପସ୍ଥିତ ରହି ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ଵ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାପାଇଁ ପ୍ରବର୍ତ୍ତାଇ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସକିଲା ଜମାଲ ଆତ୍ମରକ୍ଷା ପ୍ରଶିକ୍ଷଣର ଉପାଦେୟତା ବିଷୟରେ ଆଲୋଚନା କରି ଏହାର ସଦ୍ ବିନିଯୋଗ କରିବାପାଇଁ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ କୃଷ୍ଣାକୁମାରୀ ଦାଶ ବର୍ତ୍ତମାନ ସମୟରେ ଛାତ୍ରୀମାନଙ୍କ ପାଇଁ ଏହାର ଉପଯୋଗୀତା ଓ ଆବଶ୍ୟକତା ସମ୍ପର୍କରେ ବୁଝେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଶିବିର ସଂଯୋଜିକା ଗୃହବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ରଚିତା ଚୌଧୁରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା । ଏହା ସହ ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ରଶ୍ମି ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଶିବିର ଗତ ତା. ୧୮.୦୧.୨୦୨୫ରିଖ ଠାରୁ ଆରମ୍ଭ ହୋଇ ତା. ୨୮.୦୧.୨୦୨୫ ରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଭାବେ ମଧୁସ୍ମିତା ଆଠ ଦିନ ଧରି ବାଳିକାମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଶିକ୍ଷା ଦେଇଥିଲେ। ଶେଷରେ ଏହି ଶିବିରରେ ଯୋଗଦାନ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବା ସହ  ଶିବିରର ସଂଯୋଜିକା ଶ୍ରୀମତୀ ରଚିତା ଚୌଧୁରୀ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.