ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ତ୍ଵରାନିତ

2

ବର୍ତମାନ ପର୍ଯ୍ୟନ୍ତ ୩୩,୧୩୪ ଜଣ ପଂଜିକୃତ ଚାଷୀଙ୍କ ଧାନ ବିକ୍ରୟ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,୨୮.୧.୨୦୨୫:ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ୍ ରେ ଧାନ ସଂଗ୍ରହ ପୁରା ଦମରେ ଚାଲିଛି।ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକ,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲିକ ଏବଂ ଅନ୍ୟ ନୋଡାଲ ଅଧିକାରୀମାନେ ବିଭିନ୍ନ ବ୍ଲକ୍ ଦାୟିତ୍ୱରେ ରହି ଧାନ ସଂଗ୍ରହ ଯେଭଳି ଶୃଙ୍ଖଳିତ ହେବ,ତାହା ତଦାରଖ କରୁଛନ୍ତି।ଚାଷୀ ମାନଙ୍କ ପାଇଁ ମଣ୍ଡିରେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା,ଧାନସଂଗ୍ରହଣ ଓ ଉଚିତ୍ ଦେୟ ରେ ଯେଭଳି କୌଣସି ଅସୁବିଧା ନ ହେବ ତାହା ଦେଖିବାକୁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଖରିଫ ଋତୁ ରେ ଲକ୍ଷ୍ୟ ଧାର୍ଯ୍ୟ ୨୩,୨୮,୪୪୭.୭୬ କ୍ଵିଣ୍ଟାଲ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପଂଜିକୃତ ୩୩,୧୩୪ ଜଣ ଚାଷୀ ଙ୍କ ଠାରୁ ୧୦୩ ଟି ଧାନ ସଂଗ୍ରହଣ କେନ୍ଦ୍ରରେ ୧୭୦୭୭୯୦.୯୪ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଯାଇଛି। ଚାଷୀ ଙ୍କ ୩୦୧୦୫ ଟି ଆକାଉଣ୍ଟ କୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୪୬ କୋଟି ୭୮ ଲକ୍ଷ ୪୩ ହଜାର ୭୯୧ଟଙ୍କା ଜମା ହୋଇଛି। ଜିଲ୍ଲାରେ ଧାନ ବିକ୍ରୟ ପାଇଁ ପଂଜିକୃତ ଚାଷୀଙ୍କ ସଂଖ୍ୟା ୪୨,୪୧୧ ଅଟେ। ଏହି ଧାନ ସଂଗ୍ରହ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ବିଭିନ୍ନ ମଣ୍ଡି ଗସ୍ତ କରି ତଦାରଖ କରୁଛନ୍ତି। ଗତ କାଲି ଚନ୍ଦାହାଣ୍ଡି ବ୍ଲକ ରେ ଜନ ଶୁଣାଣୀ କାର୍ଯ୍ୟ ପରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ସି ଡି ଓ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର ଚିଲଗାଁ ମଣ୍ଡି ଗସ୍ତ କରି ଧାନ ସଂଗ୍ରହଣ କାର୍ଯ୍ୟ କୁ ତଦାରଖ କରିଥିଲେ।

Leave A Reply

Your email address will not be published.