ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ତା ୨୮. ୦୧. ୨୦୨୫ ରିଖ ଦିନ ଏହି ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ହେମାନନ୍ଦ ବରିହା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଷ୍ଠାନ ର ପୂର୍ବତନ ଛାତ୍ର ତଥା ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ମୁଖ୍ୟ ଅତିଥି ପ୍ରପେସର ସତ୍ୟନାରାୟଣ ରଥ, ଗୁଣପୁର ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀମତୀ ଲଷ୍ମୀ ବେହେରା ସମ୍ମାନୀୟ ଅତିଥି ଓ ଶ୍ରୀ ସୃଜନ ମଲ୍ଲିକ, ଗୋଷ୍ଠୀ ଶିକ୍ଷାଧିକାରୀ, ରାମନାଗୁଡ଼ା ମୁଖ୍ୟ ବକ୍ତା ଏବଂ ଶିକ୍ଷକ – ଅଭିଭାବକ ସଂଘର ସଭାପତି ଶ୍ରୀ ସନ୍ତୋଷ ସାସ୍ ମଲ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅବସରପ୍ରାପ୍ତ ଶିକ୍ଷକଙ୍କୁ ଉତ୍ତରୀୟ ପ୍ରଦାନ କରି ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପୁରଷ୍କାର ବିତରଣ କରାଯ୍ୟକ୍ରମ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ରାବଣା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ୟୁ. ପୁଷ୍ପଲତା ଏବଂ ଗାୟତ୍ରୀ ସାହୁ ସୂଚାରୁ ରୂପେ ସମ୍ପାଦନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରି ସହୋଯୋଗ କରିଥିଲେ।