ଶିକ୍ଷାବିତ ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧବାର୍ଷକୀ ଅବସରରେ ମେଧାବୃତ୍ତି

2

୬ ବର୍ଷରେ 31 ଜଣ ଛାତ୍ରଛାତ୍ରୀଙ୍କୁ ଡକ୍ଟର ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ଓ ମାନପତ୍ର

ପାରାଦୀପ 28, 01, 2024: ପାରାଦୀପ ଅଚଂଳର ବିଶିଷ୍ଟ ଶିକ୍ଷାବିତ, ଳେଖକ, ସଂଗଠକ, ଏକାଧିକ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ ସ୍ବର୍ଗତ ଡକ୍ଚର ସତ୍ୟାନନ୍ଦ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭାବାନ 4 ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଝିମାଣୀ ଗ୍ରାମରେ ଡ. ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜନତା ସ୍କୁଲର ଗତବର୍ଷ ମାଟ୍ରିକ୍ ପରିକ୍ଷାରେ ଟପ କରିଥିବା ଛାତ୍ର ରାମ କୁମାର ସ୍ବାଇଁ ଓ ବାଳିକା ବିଭାଗରେ ପ୍ରଥମ ହୋଇଥିବା ମନସ୍ମୀତା ତରାଇ ସମେତ ଡ. ପଣ୍ଡାଙ୍କ ପୃଷ୍ଠପୋଷକତାରେ ସ୍ଥାପିତ ଝିମାଣୀ ସ୍ଥିତ ନାରାୟଣ ବୀରବର ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷାରେ କମର୍ସରେ ଟପର୍ ହୋଇଥିବା ସୀମରନ ଚୌଧୁରୀ ଓ ଯୁକ୍ତ ଦୁଇ କଳାରେ ଟପ କରିଥିବା ଇସପିତା ମହାପାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା ଇସପିତା ଏବେ ତିର୍ତ୍ତୋଲ କଲେଜରେ ବିଏ ପଢୁଥିବାବେଳେ ସୀମରନ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ବି କମ୍ ପଢୁଛନ୍ତି। ସେହପରି ରାମ ତିର୍ତ୍ତୋଲର ଉଲୋପସିସ୍ ହାୟର ସେକେଣ୍ଡାରୀ ସ୍କୁଲରେ ଏବେ ଯୁକ୍ତ ଦୁଇ ପଢୁଥିବାବେଳେ ମନସ୍ମୀତା ଭୁବନେଶ୍ବରର ନିଉଟନ ହାୟର ସେକେଣ୍ଡାରୀ କଲେଜରେ ଯୁକ୍ତ ଦୁଇ ପଢୁଛନ୍ତି।
ନାରାୟଣ ବୀରବର ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରନିସିପାଲ ଡକ୍ଟର ବନପ୍ରଭା ପରିଡା, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାୟାଧର ଦାସ, ସ୍କୁଲର ବର୍ତ୍ତମାନର ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ମହାନ୍ତି ଓ ଡକ୍ଟର ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟର ସଦସ୍ୟ ତଥା ଡକ୍ଟର ପଣ୍ଡାଙ୍କ ଭଣଜା ପ୍ରଭାସ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ଚେକ୍ ପ୍ରଦାନ କରିଥିଲେ। ଉପକୂଳ ଓଡ଼ିଶାର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଉପରେ ଗବେଷଣା କରି ନୃତତ୍ତ୍ୱ ବିଜ୍ଞାନରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଡାକ୍ତର ପଣ୍ଡା ରାଜ୍ୟର ପ୍ରଥମ ବ୍ୟକ୍ତି ଥିଲେ।
ଏହି ଅବସରରେ ନାରାୟଣ ବୀରବର ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କମର୍ସ ଅଧ୍ୟାପକ ଡକ୍ଟର କିଶୋର ଚନ୍ଦ୍ର ଜେନା, ଜନତା ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ଟ୍ରଷ୍ଟର ସଦସ୍ୟ ତଥା ଡକ୍ଟର ପଣ୍ଡାଙ୍କୁ ଭଣଜା ପୂର୍ବତନ ଶିକ୍ଷକ ନିମାଁଇ ଚରଣ ଚୌଧୁରୀ, ଓକିଲ ରଂଜନ ପଣ୍ଡା, ଉଭୟ ଅନୁଷ୍ଠାନର କର୍ମଚାରୀଙ୍କ ବ୍ୟତୀତ ଟ୍ରଷ୍ଟର ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଡ. ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳର 31 ମେଧାବୀ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ କରାଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଜ କ୍ୟାରିୟରକୁ ତ୍ୟାଗ କରି ନିଜ ଗାଁ ଓ ଏହାର ଆଖପାଖରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ମାର୍ଗଦର୍ଶନ କରିବା ପାଇଁ ଡ. ପଣ୍ଡା ନିଜ ଜୀବନକୁ ସମାଜସେବାରେ ଉତ୍ସର୍ଗ କରିଥିଲେ । ସେ ପାରାଦୀପର ଶିଳ୍ପାଞ୍ଚଳରେ ବିସ୍ଥାପିତ କୃଷକ ସହ କାମ କରିବା ସହ ବିଭିନ୍ନ ସଂଗଠନ ସହ ଜଡ଼ିତ ଥିଲେ। ଜଣେ ବିଶିଷ୍ଟ ଲେଖକଭାବେ, ସେ ୧୦ରୁ ଅଧିକ ପତ୍ରିକାର ସମ୍ପାଦନା କରିଥିଲେ, ଅନେକ ପତ୍ରିକା ଏବଂ ଖବରକାଗଜରେ ପ୍ରବନ୍ଧ ଲେଖିଥିଲେ ଏବଂ ଦୁଇଟି ପୁସ୍ତକ ରଚନା କରିଥିଲେ । ବନ୍ଦର ସହରର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳର ସାମାଜିକ ଜୀବନଯାତ୍ରାକୁ ଚିତ୍ରଣ କରିଥିବା ତାଙ୍କର ଅନ୍ତିମ ପୁସ୍ତକ “ପାରାଦୀପର ଇତିହାସ” ଟ୍ରଷ୍ଟ ଦ୍ୱାରା ୨୦୧୯ ମସିହାରେ ମରଣୋତ୍ତର ଭାବରେ ପ୍ରକାଶିତ ହୋଇଥିଲା ।

Leave A Reply

Your email address will not be published.