ପଦ୍ମପୁର: ସ୍ଥାନୀୟ ଐତିହାସିକ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ବାର୍ଷିକୋତ୍ସବ (ପ୍ରୟାସ) ୨୦୨୪-୨୫ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମାନ ଲୋକନାଥ ଭୋଇ ମୁଖ୍ୟ ଅତିଥି ଭାବେ, ପ୍ରଫେସର କେଶରଞନ ପ୍ରଧାନ ମୁଖ୍ୟ ବକ୍ତା ଭାବେ, ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ଏବଂ ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହା ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦାନ ଦେଇଥିବା ବେଳେ ମୋ ସ୍କୁଲ ଅଭିଯାନ ର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପଧାନ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ସୁଶାନ୍ତ ସାହୁ ଯୋଗଦାନ ପୂର୍ବକ ଏହି ଉତ୍ସବକୁ ସୁରଭିତ କରିଥିଲେ । ସର୍ବପ୍ରଥମେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୁର୍ବକ ଶ୍ରୀ ଗଣେଶ ଓ ମାତା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୂଜ୍ୟ ଅତିଥି ଙ୍କ ଦ୍ଵାରା ବରପୁତ୍ର ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମସ୍ତ ଅତିଥିଙ୍କ ବିଦ୍ୟାଳୟ ତଥା ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ହୃଦୟସ୍ପର୍ଶୀ ଏବଂ ମନୋମୁଗ୍ଧ ହୋଇଥିଲା। ତତ୍ ପରେ ବିଦ୍ୟାଳୟର କୁଶଳତା ପରୀକ୍ଷଣ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ମାନଙ୍କୁ ଏବଂ ଶୈକ୍ଷିକ ବର୍ଷ ୨୦୨୪-୨୫ ର ଶ୍ରେଷ୍ଠ ଖେଳାଳୀ,ଶ୍ରେଷ୍ଠ ଉପସ୍ଥାନ (ବରିଷ୍ଠ ଏବଂ କନିଷ୍ଠ), କୁନି ବୈଜ୍ଞାନିକ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ବିଗତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ସୁମନ୍ତ ସାହୁ ଙ୍କୁ ମାନପତ୍ର ତଥା ପୁରସ୍କାର ଅର୍ଥ ରାଶି ଆଲୁମିନି କମିଟି ଦ୍ବାରା ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କ ଦ୍ୱାରା ନାଟକ, ନୃତ୍ୟ, ମୋଡେଲିଂ, ଗୀତ, ବାଦ୍ୟ ଯନ୍ତ୍ର ପରିବେଷଣରେ ସମସ୍ତ ଅତିଥି ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରୀତିରଶ୍ମି ସେଠ୍ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିବା ବେଳେ ସୁଶ୍ରୀ ପ୍ରଭାସିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବାର୍ଷିକୋତ୍ସବକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ବିଦ୍ୟାଳୟର ତୃପ୍ତିମୟୀ ଝଗରା, ରୁଦ୍ରାଙ୍ଗଦ ବାରିକ, ମଧୁସ୍ମିତା ବର୍ଗେ, ସଂଗ୍ରାମ କେଶରୀ ଦୀପ, ଅମୃତା ବାରିକ, ଅମ୍ବିକା ରଥ, ମୋହନ ବନଛୋର, ଚନ୍ଦନ ନାୟକ, ସୁଶୀଲ ମେହେର, ହରେକୃଷ୍ଣ ମେହେର, ବୃନ୍ଦାବନ ଦାଶ, ଚନ୍ଦ୍ରଶେଖର ଭୋସାଗର, ସୁନୀତା ଖମାରୀ, ଦୀପକ କୁମାର ତିୱାରୀ, କୃଷ୍ଣଚନ୍ଦ୍ର ପଧାନ, ନନ୍ଦିନୀ ବାଗ, ନିରୁପମା ଭୋଇ ପ୍ରମୁଖ ତଥା ଆଲୁମିନି କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.