ଦୟା ପ୍ରଦୂଷଣ ମୃତକଙ୍କୁ 15 ଲକ୍ଷ କ୍ଷତିପୂରଣ ଓ ତୁରନ୍ତ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉ
ଭୁବନେଶ୍ୱର : ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦୟା ପ୍ରଦୂଷଣ ଜନିତ ଗୁରେଇ ସେଠୀ, ସଚଳl ସାହୁ, ମାଗି ଦଳେଇ ଓ ସାରଥୀ ପ୍ରଧାନ ଆଦି ଚାରି ଜଣଙ୍କ ମୃତ୍ୟୁ ହେତୁ 15 ଲକ୍ଷ ଲେଖାଏଁ କ୍ଷତିପୂରଣ ଏବଂ ପ୍ରଭାବିତ ଅଂଚଳରେ ପର୍ଯ୍ୟlପ୍ତ ବିଶୁଦ୍ଧ ପାଣି ଯୋଗାଣ ପାଇଁ ଫେରାଦ ହୋଇ ଥିଲା l ତୁରନ୍ତ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜଣାଇଥିଲl l
ଦୟା ପ୍ରଦୂଷଣ ଜନିତ ଚାରି ଜଣଙ୍କ ମୃତ୍ୟୁ ଏକ ସମ୍ବେଦନଶୀଳ ଘଟଣା l ଭୁବନେଶ୍ୱରର ସମସ୍ତ ବର୍ଯ୍ୟବସ୍ତୁ ସହିତ ବିଷାକ୍ତ ପାଣି ଗଙ୍ଗୁଆ ମାଧ୍ୟମରେ ସିଧାସଳଖ ଯାଇ ଦୟା ନଦୀରେ ମିଶୁଛି l ଦୀର୍ଘ 40 କିମି ପର୍ଯ୍ୟନ୍ତ ନଦୀ ର ଦୁଇ କୂଳରେ ରହୁଥିବା ଲୋକ ସିଧା ସଳଖ ନଦୀ ଉପରେ ନିର୍ଭରଶୀଳ ll ସେହି ଜହର ପାଣି ବ୍ୟବହାର କରି କଣାସ ଓ ଡେଲାଙ୍ଗ ଅଂଚଳର ପ୍ରାୟ 200 ଗାଁର ତିନି ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ଦୁର୍ଦଶା ବଢ଼ି ଚାଲିଛି l ମୃତକ ଚାରି ଜଣଙ୍କୁ 15 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରାଯାଇଛି l ଯେହେତୁ ସେହି ଅଂଚଳର ଭୁତଳ ଜଳ ଲୁଣି ପାଣି ଓ କ୍ଷାର ଯୁକ୍ତ ତେଣୁ ତାହା ବ୍ୟବହାର ଅନୁପଯୋଗୀ l ଗଭୀର ନଳକୂପ, କୂଅ, ଗାଡ଼ିଆ ସବୁ ସାଲାଇନ ୱାଟର ବା ଲୁଣିପାଣି l ତେଣୁ ଲୋକଙ୍କର ଦୟା ପାଣି ହିଁ ଏକମାତ୍ର ଜଳଉତ୍ସ ତେଣୁ ସେମାନଙ୍କ ପାଖରେ ବିକଳ୍ପ କିଛି ନାହଁ l ସରକାର ଏପର୍ଯ୍ୟନ୍ତ ସବୁ ଗାଁକୁ ପାଇପ ମାଧ୍ୟମରେ ପାଣି ଯୋଗାଇ ପାରିନାହାନ୍ତି l କେତେକ ଅଂଚଳରେ ନିର୍ମିତ ଏହି ଓଭର ହେଡ଼ ଟାଙ୍କି ଓ ପାଇପ ଲାଇନ ଠିକ କାମ କରୁନି ଓ କିଛି ଅଂଚଳରେ ନିର୍ମାଣ ଚାଲିଛି l ଯେହେତୁ ସେହି ପାଣି ବିଷାକ୍ତ ତେଣୁ ଲୋକଙ୍କୁ ପାଣି ବ୍ୟବହାର ପାଇଁ ପ୍ରଶାସନ ବlରଣ କରିଛି କିନ୍ତୁ ପର୍ଯ୍ୟାପ୍ତ ପାଣି ଯୋଗାଉନାହଁ l ଆଜିବି ଶତାଧିକ ଲୋକ ଡାକ୍ତରଖାନାରେ ଝାଡାଵlନ୍ତିରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l 2025 ମସିହା ରେ ରାଜଧାନୀର 20 କିମି ଦୂରରେ ଲୋକ ବିଷାକ୍ତ ପାଣି ପିଇ ମରୁଛନ୍ତି, ଏକଥା ଭାବିଲେ ନିଜକୁ ଲାଜ ଲାଗୁଛି l ହେଲେ ଅନେକ ଜାଗାରେ ଏପର୍ଯ୍ୟନ୍ତ ପାଣି ଯୋଗାଇବା ବ୍ୟବସ୍ଥା ଆରମ୍ଭ ହୋଇନି l ପ୍ରକାଶ ଥାଉ କି, ପୂର୍ବରୁ ଏହି ଘଟଣାରେ ଦାୟିତ୍ୱହୀନତା ପାଇଁ ଦାୟୀ ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ କଣାସ ଓ ପିପିଲି ଥାନାରେ ଏତଲା ଦିଆଯାଇଛି l ଏଥିସହିତ ଗଙ୍ଗୁଆ ଓ ଦୟା ପ୍ରଦୂଷଣର ପ୍ରମୁଖ ଅଭିଯୁକ୍ତ ବି ଏମ ସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ବିରୁଦ୍ଧରେ ମଧ୍ୟ ଖାରବେଳ ଥାନାରେ ଏତଲା ଦିଆଯାଇଛି l ତେଣୁ ଆଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କମିସନଙ୍କୁ ସବିଶେଷ ତଥ୍ୟ ସହ ହସ୍ତକ୍ଷେପ ପାଇଁ ନିବେଦନ କରାଯାଇଛି l ରାଜ୍ୟ ମାନବାଧିକାର କମିଶନ ଘଟଣାକୁ ଗୁରୁତର ସହିତ ଶୁଣିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି l ଆଜି ଶୁଣାଣି ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଦୟା ସୁରକ୍ଷା ଅଭିଯାନ ଉପଦେଷ୍ଟା ଅର୍ଜୁନ ସାମନ୍ତରାୟ ଓ ବାଘାମ୍ବର ପଟ୍ଟନାୟକଙ୍କ ସମେତ କିଛି ମାନବାଧିକାର କର୍ମୀ ଉପସ୍ଥିତ ଥିଲେ l