ଭଞ୍ଜନଗର ବ୍ଳକ୍ ରେ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଆର୍.ଏମ୍.ସି ପାର୍ଶ୍ଵରେ ଥିବା କଲ୍ୟାଣ ମଣ୍ଡପ ଠାରେ ଭଞ୍ଜନଗର ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା କିଶୋରୀ ବାଳିକାମାନଙ୍କ ମଧ୍ୟରେ ଥିବା ସୁପ୍ତ ଶକ୍ତି ର ଜାଗ୍ରତ ଏବଂ ସେମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକାଭିମୁଖୀ କରାଇବା ସହିତ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ରେ ଉତ୍ସାହିତ କରିବା, ପ୍ରେରଣା ଦେଇ ସେମାନଙ୍କ ଆଗାମୀ ଭବିଷ୍ୟତରେ ସୁପ୍ରତିଷ୍ଠ ହୋଇ ଗଢ଼ି ତୋଳିବା ରେ ସହାୟକ ହେବା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନରିସଭା ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ଦାସ, ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ଏସ୍.ଧନଞ୍ଜୟ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲିଲିମା କୁମାରୀ ପଣ୍ଡା, ଅତିରିକ୍ତ ବି.ଡି.ଓ ଶ୍ରୀ ପୁର୍ଣ୍ଣଚନ୍ଦ୍ର ପାଢ଼ୀ ସହ ଏସ୍.ଏସ୍.ଡବ୍ଳୁଓ, ସମସ୍ତ ଅଞ୍ଚଳ ପରିଦର୍ଶିକା, ଅଙ୍ଗନବାଡି କର୍ମୀ ବୃନ୍ଦ, ଯୋଗଦାନ କରିଥିଲେ।
ଅତିଥି ମାନେ ବକ୍ତବ୍ୟ ରଖିଥିଲେ, ଲିଂଗଗତ ବୈଷମ୍ୟତା ଦୂରୀକରଣ, ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ମତ ପୋଷଣ କରିଥିଲେ। କନ୍ୟା ସନ୍ତାନ ମାନଙ୍କ ଶିକ୍ଷା, କନ୍ୟାଭୃଣ ହତ୍ୟା, ବାଲ୍ୟବିବାହ ନିରାକରଣ, ମହିଳାମାନଙ୍କ ସମାଜ ଗଠନ ରେ ରହିଥିବା ଭୁମିକା ସମ୍ପର୍କରେ ନିଜର ଆଭିମୁଖ୍ୟ ପ୍ରକାଶ କରିଥଲେ।
ଏଥିରେ ବ୍ଳକ୍ ର କୋଣ ଅନୁକୋଣ ରୁ ଆସିଥିବା ଅନେକ କିଶୋରୀ ବାଳିକାମାନଙ୍କୁ ନେଇ ଚିତ୍ରାଙ୍କନ, ବକୃତା, ନୃତ୍ୟ ଏହି ପରି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା କୃତି କିଶୋରୀ ବାଳିକାମାନଙ୍କୁ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରିଥିଲେ।

Leave A Reply

Your email address will not be published.