ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଇଚ୍ଛାପୁର କ୍ଲଷ୍ଟର ଆଶ୍ରମ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଇଚ୍ଛାପୁର କ୍ଳଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁ ନିପୁଣ ଓଡ଼ିଶାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ । ଡୁଙ୍ଗୁରିପାଲି ଗୋଷ୍ଠୀ ସାଧନ ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜାଲୁ ମିର୍ଦ୍ଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବୀକରଣ ହୋଇଥିବା ହୋଇଥିବା ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ରକୁ ଶୁଭ ଉତଘାଟନ କରିଥିଲେ । ଏହି ଉତ୍ସବ ରେ କ୍ଲଷ୍ଟର ଅଧିନସ୍ଥ ଆଠଟି ସ୍କୁଲରୁ ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଓ ୧୦ଜଣ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତୀ ଏଫଏଲଏନ ଆଣି ମେଳାରେ ଅଂଶଗ୍ରହଣ କରିଥିଲେ । ଏହି ମେଳାରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶଂସା ପତ୍ର ଦେଇ ଉତ୍ସାହିତ କରାଗଲା । ଏଥିରେ ଦୀନବନ୍ଧୁ ଭୋଇ ଓ ପ୍ରମୋଦ କୁମାର ସାହୁଙ୍କ କାର୍ଯ୍ଯକ୍ରମ ପରିଚାଳନା କରିଥିବା ବେଲେ ମହେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ସହଦେବ ଭୁଏ,ରିଙ୍କୁ ପଧାନ, ରମେଶ ସାହୁ,ଲଳିତ କୁମାର ସାହୁ,ସତ୍ଯବାଦୀ ପୁଟେଲ, ଋଷଭ ଭୋଇ, ହାରାଧନ ପଧାନ, ପୁଷ୍ପାଞ୍ଜଳି କୁଅଁର , ସସ୍ମିତା ଭୋଇ, ରାଘବ ଭୋଇ ଓ ମହନ କୁଅଁର ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.