ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ+୨ ବିଦ୍ୟାଳୟ ଡମ୍ବସରା ଠାରେ ରଜତ ଜୟନ୍ତୀ ସମାରୋହ ଉତ୍ସବ ଆୟୋଜିତ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ତା୨୮/୦୧/୨୫ ରିଖ ମଙ୍ଗଳବାର, ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ+୨ ବିଦ୍ୟାଳୟ ଡମ୍ବସରା ଠାରେ ସଫଳତାର ୨୫ବର୍ଷ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି ।ଉତ୍ସବର ପ୍ରାରମ୍ଭ ରେ ଡଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଗୁଣପୁର ଉପଖଣ୍ଡ ର ଉପଜିଲ୍ଲାପାଳ କିରଣ ଦୀପ କୌର ସହୋତା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତ୍ରିନାଥ ପ୍ରସାଦ ରଥ ଅବସରପ୍ରାପ୍ତ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସଭାପତି ଅଧ୍ଯକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ନାହକ ସଭାପତିତ୍ବ କରିଥିବା ବେଳେ ଆବାହକ ଡଃ ପ୍ରଶାନ୍ତ କୁମାର ହୋତା ମଞ୍ଚ ପରିଚାଳନା କରିଥିଲେ ।ସଂଯୋଜକ ଭାବେ ଶ୍ରୀଯୁକ୍ତ ଶେଷସାୟୀ ସେନାପତି ସଂପାଦକୀୟ ବିବରଣୀ ପାଠ କରିଥିଲେ। ସନ୍ତୋଷ କୁମାର ହୋତା, ଦେବରାଜ ସେନାପତି,ମନୋଜ ଶବର ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ରେ ସହଯୋଗ କରିଥିଲେ। ଉପଜିଲ୍ଲାପାଳ ରଜତ ଜୟନ୍ତୀ ଅବସରରେ ଅନୁଷ୍ଠାନ ର ଅଧ୍ୟାପକ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ତମ ଛାତ୍ର ହେବା ପାଇଁ ପ୍ରେରଣା ଦେଇଥିଲା ବେଳେ ମୁଖ୍ୟବକ୍ତା ଶିକ୍ଷକ ମାନଙ୍କୁ କେବଳ ଗୁରୁ ଦିବସରେ ନୁହେଁ ପ୍ରତ୍ୟେକ ଦିନ ସମ୍ମାନ ପ୍ରଦର୍ଶନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହାକଙ୍କୁ ସାରଥୀ ସମ୍ମାନ, ଅଧ୍ୟାପକ ରାମ ପ୍ରସାଦ ରାଓ ଙ୍କୁ ଶିକ୍ଷା ଗୌରବ ସମ୍ମାନ, ଶ୍ରୀ ସହଦେଵ ମଲ୍ଲିଫୁଲଙ୍କୁ କର୍ମ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଅତିଥି, ଗ୍ରାମବାସୀ, ପୁରାତନ ଛାତ୍ର , ଶୁଭେଚ୍ଛୁ ଓ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇଥିଲେ। ଶେଷରେ ସହଦେବ ମଲିଫୁଲ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ସୋପାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ପରିବେଶ ସୃଷ୍ଟି କରିଥିଲା।

 

Leave A Reply

Your email address will not be published.