ପଦ୍ମପୁର:27/01:ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ନବମ ଶ୍ରେଣୀର ୫ ଜଣ ଭାଇ ଭଉଣୀ ଗ୍ରାମାଞ୍ଚଳ ମେଧାବୃତ୍ତି (NRTS) ପରୀକ୍ଷାରେ କୃତିତ୍ଵ ହାସଲ କରି ବରଗଡ଼ ଜିଲ୍ଲା ସ୍ତରରେ ତଥା ବିଜ୍ଞାପିତ ଅଚଳ ପରିଷଦ,ପଦ୍ମପୁରରେ ସଫଳତା ହାସଲ କରି ବିଦ୍ୟାଳୟର ମାନ ଓ ଗୌରବ ବୃଦ୍ଧି କରିଛନ୍ତି । ଏହି ପରୀକ୍ଷାରେ ଦୀପଶିଖା ଗଡ଼ତିଆ ୮୫ ମାର୍କ ରଖି ବିଜ୍ଞାପିତ ଅଚଳ ପରିଷଦ,ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି ଭାଇ ସିଦ୍ଧାର୍ଥ ଶେଖର ସାହୁ ୮୪ ମାର୍କ ରଖି ଜିଲ୍ଲା ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ବିଜ୍ଞାପିତ ଅଂଚଳ ପରିଷଦ ପଦ୍ମପୁରରେ , ଆଲୋକ ରଞ୍ଜନ ସାହୁ ୭୧ ମାର୍କ (ତୃତୀୟ ସ୍ଥାନ),ଦଶୱନ୍ତ ଜଗତ ୫୫ ମାର୍କ (ଚତୁର୍ଥ ସ୍ଥାନ), ମିନାକ୍ଷୀ ଭୋଇ ୫୩ ମାର୍କ (ଷଷ୍ଠ ସ୍ଥାନ) ରଖିଛନ୍ତି ।ଏଣୁ କୃତି ଛାତ୍ର ଛାତ୍ରୀମାନଙ୍କୁ ପ୍ରଧାନ ଆଚାର୍ଯ୍ୟ,ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକ। ତଥା ପରିଚାଳନା ସମିତି ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛ। ଜଣାଇଛନ୍ତି । ସଫଳତା ହାସଲ କରିଥିବା ଭାଇ ଭଉଣୀମାନଙ୍କୁ ଉଜ୍ଜ୍ଵଳ ଭବିଷ୍ୟତ କାମନା ପୂର୍ବକ ବିଦ୍ୟାଳୟ ତଥା ଅଂଚଳ ର ଗୈାରବ ଆଣି ଥିବାରୁ ଅଭିଭାବକ ମହଲରେ ଶୁଭେଚ୍ଛା ର ସୁଅ ଛୁଟୁଛି।
Sign in
Sign in
Recover your password.
A password will be e-mailed to you.
Next Post