କୁଲାଡ ଠାରେ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଠୁ ଆଠ କିଲୋମିଟର ଦୁରରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ନିଜ ଗ୍ରାମ କୁଲାଡ ଗ୍ରାମର କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୁନିଅର ରେଡ୍ କ୍ରସ୍ ଜିଲ୍ଲା ଯୁଗ୍ମ ସମ୍ପାଦକ ତଥା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରଦୁମ୍ନ କୁମାର ମଳିକ ଙ୍କ ଅଧ୍ୟକ୍ଷତାରେ ବିପଦର ବନ୍ଧୁ ଓଡିଶା ଏବଂ ରୋଟାରୀ କ୍ଳବ ଭଞ୍ଜନଗର ଦ୍ୱାରା ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଆଜି ଜାନୁଆରୀ ମାସ ୨୭ ତାରିଖ ସୋମବାର ୨୦୨୪ ଦିନ କୁଲାଡ଼ ସହର ରେ ଅନୁଷ୍ଠିତ ହୋଇଥିଲା।

ଏହି ଶୋଭାଯାତ୍ରା କୁ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି ଙ୍କ ଦ୍ୱାର ଉଦଘାଟନ ହେବା ପରେ ମେନ୍ ରୋଡ଼ ବଡ ଦାଣ୍ଡ ସାହି ମାର୍କେଟ ପରିକ୍ରମା କରି ପୁଣି ବିଦ୍ୟାଳୟ ଠାରେ ଶେଷ ହୋଇଥିଲା। ଶୋଭାଯାତ୍ରା ରେ ଡାକବାଜି ଯନ୍ତ୍ର ମାଧ୍ୟମ ରେ ସଚେତନତା ର ବାର୍ତା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ଏନ୍ ସି ସି, ସ୍କାଉଟ, ଯେ ଆର ସି ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ପରେ ବିଦ୍ୟାଳୟ ଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ କୁମର ମୁଦୁଲି, ଶିକ୍ଷକ ପ୍ରଦ୍ୟୁମ୍ନ କୁମର ମଳିକ, ରୋଟାରୀ କ୍ଳବ ଭଞ୍ଜନଗର ର ନିର୍ବାଚିତ ସଭାପତି ରଞ୍ଜିତ କୁମାର ବାରିକ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ମିଶ୍ର, ଛତ୍ରପୁର ଯୁଗ୍ମ ସମ୍ପାଦକ ରେଖା ମହାନ୍ତି, ଶୁଳପାଣି ଶତପଥୀ ମଞ୍ଚାସିନ ରହି ଛାତ୍ରଛାତ୍ରୀ ଏବଂ ଅନ୍ୟ ମାନଙ୍କୁ ସଡ଼କ ସୁରକ୍ଷା ର ନିୟମ ଅବଗତ କରାଇଥିଲେ। ନିଜେ ନିଜ ପରିବାର ଓ ଗ୍ରାମବାସୀ ଙ୍କୁ ସଡ଼କ ସୁରକ୍ଷା ବାର୍ତା ପ୍ରଦାନ କରିବାପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ। ଏଥିରେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ଭଞ୍ଜନଗର ସଦସ୍ୟ ମାନେ, ବିଦ୍ୟାଳୟ ର ପୂର୍ବତନ ଛାତ୍ର ଏମ ଯଜ୍ଞ ନାରାୟଣ ପାତ୍ର, ଗୌରୀଶଙ୍କର ପରିଡା, ପାପୁନ ସାହୁ, ଚନ୍ଦନ ସାହୁ, ଶିବା ପାତ୍ର ଏବଂ ଆଞ୍ଚଳିକ ପରିବହନ ବିଭାଗ ର କର୍ମକର୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.