ଦୁଇ ବାଇକ୍ ମଧ୍ୟରେ ମୁହାମୁହି ଧକ୍କା ୧ ମୃତ ଜଣେ ଗୁରୁତର

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡା ଛକ ନିକଟରେ ଆଜି ସକାଳ ୯ ଘଣ୍ଟ ସମୟରେ ଦୁଇ ବାଇକ ମଧ୍ୟରେ ମୂହାମୁହି ଧକ୍କା ହେବାରୁ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆ ଗୁଡା ଗ୍ରାମ ର ଘାସିରାମ ଜାନି (୨୫) ବୋଲି ଜଣା ପଡିଛି। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ୍ ଜବତ କରିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆ ଗୁଡା ଗ୍ରାମ ର ଘାସିରାମ ଜାନି (୨୫) ଏକ ବାଇକ୍ (ଓଡ଼ି ୨୪ ଜେ ୬୪୮୦) ଯୋଗେ ପେଟ୍ରୋଲ ପକାଇବା ପାଇଁ ନିକଟ ସରାଗୁଡା ପେଟ୍ରୋଲ ପମ୍ପ କୁ ଯାଉଥିଲେ। ସାନ କୋଇଲାରୀ ଗ୍ରାମ ର ରବି କଲାର (୩୦) ଅନ୍ୟ ଏକ ବାଇକ୍ ନମ୍ବର (ଓଡି ୨୪ ଏଚ୍ ୪୯୪୬) ଯୋଗେ ମାଛ ବିକ୍ରୀ କରିବାକୁ ଝାଲିଆ ଗୁଡା ଅଭିମୁଖେ ଦିନ ୯ ଘଣ୍ଟ ସମୟରେ ଆସୁଥିଲେ। ଠିକ୍ ଏହି ସମୟରେ ସରାଗୁଡା ରାଜ୍ୟ ରାଜପଥ ଛକ ଉପରେ ଦୁଇ ବାଇକ୍ ମଧ୍ୟରେ ମୁହାମୁହୀ ଧକ୍କା ହେବା ସହ ଦୁଇ ଜଣ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ଛିଟିକି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଗୁରୁତର ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟା ପନ୍ନ ପରେ ଉଭୟ ଙ୍କୁ ନବରଙ୍ଗପୁର ଜିଲ୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ସେଠାରେ ଘାସିରାମ ଜାନି ଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଘାସିରାମ ର ସମ୍ପର୍କୀୟ ଗୁରୁବାରୁ ଜାନି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେସ ନ ୦୯/୨୫ ରେ ମାମଲା ରୁଜୁ କରିବା ସହ ଦୁଇ ଟି ବାଇକ୍ କୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଏ ଏସ ଆଇ ଚନ୍ଦ୍ର ଶେଖର ହଜାରି ଘଟଣାର ତଦନ୍ତ କରୁଥିବା ବେଳେ ଅନ୍ୟ ଗୁରୁତର ଆହତ ରବି କଲାର ଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୁ ସ୍ଥାନତର କରାଯାଇଛି।

Leave A Reply

Your email address will not be published.