୬ଷ୍ଠ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫:ମଙ୍ଗଳା କ୍ଳବ୍ ଚମ୍ପିୟାନ

0 2

 ଓଡ଼ଗାଁ,୨୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡ଼ିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ ୨୦୨୫ ର ଷଷ୍ଠ ଦିନ ଫାଇନାଲ ମ୍ୟାଚରେ ଗଣ୍ଡରପୁର ଭୁବନେଶ୍ୱରକୁ ୨-୧ ଗୋଲରେ ହରାଇ ମଙ୍ଗଳା କ୍ଳବ୍ କଟକକୁ ଚମ୍ପିୟାନ ଟ୍ରଫି ସହିତ ୩୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର କରାଯାଇଛି । ଗଣ୍ଡରପୁର ଭୁବନେଶ୍ବର ୮ ନମ୍ବର ଜର୍ସି ଚନ୍ଦନ ନାଏକ ଆଜି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ। ଚମ୍ପିୟାନ ଦଳର ଅଧିନାୟକ ୧୦ ନମ୍ବର ଜର୍ସି ଦୀନବନ୍ଧୁ ଦାସ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆଜିର ଖେଳ ଅପରାହ୍ଣ ୩.୪୦ ରେ ଆରମ୍ଭ ହୋଇଥିବା ବେଳେ ୪.୦୧ ଅର୍ଥାତ୍ ଖେଳ ଆରମ୍ଭ ହେବାର ୨୧ ମିନିଟ ସମୟରେ ମଙ୍ଗଳା କ୍ଳବ୍ କଟକର ୧୦ ନମ୍ବର ଜର୍ସି ଦିନବନ୍ଧୁ ଦାସ ପ୍ରତିପକ୍ଷ ଗଣ୍ଡରପୁରକୁ ପ୍ରଥମ ଗୋଲ ଦେଇଥିଲେ । ଦ୍ବିତୀୟାର୍ଦ୍ଧ ଖେଳ ୪.୩୯ ଆରମ୍ଭ ହୋଇଥିବା ବେଳେ ୫.୧୨ ଅର୍ଥାତ୍ ଖେଳ ଆରମ୍ଭର ୩୩ ମିନିଟରେ ମଙ୍ଗଳା କ୍ଳବ୍ କଟକ ୧୦ ନମ୍ବର ଜର୍ସି ଦିନବନ୍ଧୁ ଦାସ ଗଣ୍ଡରପୁରକୁ ପୁଣି ଏକ ଗୋଲ୍ ଦେଇଥିଲେ । ଫଳରେ ମଙ୍ଗଳା କ୍ଳବ୍ ୨-୦ ରେ ଅଗ୍ରଣୀ ରହିଥିଲା । ତେବେ ଉଭୟ ଦଳ ସଂଘର୍ଷପୂର୍ଣ୍ଣ ମ୍ୟାଚ ଚାଲିଥିବା ବେଳେ ଗଣ୍ଡରପୁର, ଭୁବନେଶ୍ବର ୮ ନମ୍ବର ଜର୍ସି ଚନ୍ଦନ ନାୟକ ୫.୨୫ ଅର୍ଥାତ୍ ୪୬ ମିନିଟ ସମୟରେ ପ୍ରତିପକ୍ଷ ମଙ୍ଗଳା କ୍ଳବକୁ ଗୋଟିଏ ଗୋଲ ସ୍କୋର କରି ଖେଳର ସ୍ଥିତିକୁ ୨-୧ ରେ ପହଞ୍ଚାଇ ଥିଲେ । ଖେଳ ଶେଷ ହେବା ବେଳକୁ ମଙ୍ଗଳା କ୍ଳବ୍ କଟକ ୦୨-୦୧ ଗୋଲରେ ବିଜୟ ହାସଲ କରି ଓଡ଼ଗାଁ କପ୍ ୨୦୨୫ ଚମ୍ପିୟାନ ଆଖ୍ୟା ହାସଲ କରିଥିଲେ । ଏବଂ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଚମ୍ପିୟାନ ଓ ରନରସପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଖେଳର ପ୍ରାରମ୍ଭରେ ଆଜିର ମୁଖ୍ୟ ଅତିଥି ବିଧାୟକ ଡ. ଅରୁଣ କୁମାର ସାହୁ ପଡ଼ିଆରେ ଖେଳାଳି ମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ କରିଥିଲେ । ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଆଇଆଇସି ରସ୍ମୀରଞ୍ଜନ ସାହୁ, ସମାଜ ସେବୀ ଇରାନି ରାୟ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ବିଭୁ ପ୍ରସାଦ ସାହୁ, ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଦିବାକର ନାୟକ ପ୍ରମୁଖ ଉଦଯାପନି ଉତ୍ସବରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଅପରାହ୍ନ ୨ ସମୟରେ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଆଜିର ଖେଳକୁ ରାଜୁ ମହାନ୍ତି ପରିଚାଳନା କରିଥିବା ବେଳେ ଜଗନ୍ନାଥ ପରିଡା, ଶଶିକାନ୍ତ ଦାସିଆ, ରମେଶ ପାଇକେରା ଲାଇନରେ ସହାୟତା କରିଥିଲେ । ସୁଶାନ୍ତ ପାତ୍ର, ସାର୍ଥକ ଷଡ଼ଙ୍ଗୀ ପ୍ରତିଦିନ ଖେଳର ଧାରାବିବରଣି ପ୍ରଦାନ କରିଥିଲେ । ଏବଂ ଶିକ୍ଷକ ପଞ୍ଚାନନ ପଣ୍ଡା ଓ ରଞ୍ଜନ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ । ସୂଚନା ଥାଉକି ଆଜି ୨ ଜଣ ଶୃଙ୍ଖଳିତ ଖେଳାଳିଙ୍କୁ କମିଟି ଦ୍ବାରା ମଧ୍ୟ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.