ଓଡଗାଁ,୨୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଓଡ଼ଗାଁ ମିନି ଷ୍ଟାଡିୟମରେ ରବିବାର ପାଳିତ ହୋଇଯାଇଛି। ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ଆଇଆଇସି ରଶ୍ମି ରଞ୍ଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ ହୋଇଥିବା ଦଳଗତ ନୃତ୍ୟ ଅଂଶଗ୍ରହଣକାରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବ୍ଲକ ସମାଜିକି ସୁରକ୍ଷା ଅଧିକାରି ରାଜସ୍ଵିନୀ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ସଂଯୋଜନା କରିଥିଲେ । ଶିକ୍ଷକ ପଞ୍ଚାନନ ପଣ୍ଡା ଓ ରଞ୍ଜନ କୁମାର ଦାଶ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଓଡଗାଁ ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲରେ ତହସିଲଦାର ମାନସ ରଞ୍ଜନ ଭୋଇ, ଓଡଗାଁ ଥାନାରେ ଆଇଆଇସି ରଶ୍ମି ରଞ୍ଜନ ସାହୁ ପତ୍ତାକା ଉତ୍ତୋଳନ କରିଥିଲେ।ସେହିପରି ସମସ୍ତ ସରକରୀ ଓ ବେସରକାରୀ ଶିକ୍ଷା ଆନୁଷ୍ଟାନରେ ପତ୍ତାକା ଉତ୍ତୋଳନ ହେଇଥିଲା।ସ୍ଥାନୀୟ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବରୀରେ ବିରେନ୍ଦ୍ର ସାହୁ କୁରାଳ ରାଧାକୃଷ୍ଣ ଥିଏଟର ଦ୍ଵାରା ଆୟାଜିତ କମନ ପ୍ୟାରେଡରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୈାର ଚନ୍ଦ୍ର ସାହୁ ଏବଂ ପଞ୍ଚାୟତରେ ସରପଞ୍ଚ ବିଜନ ପାଇକରାୟ, ରଙ୍ଗଣୀପାଟଣା ବଡ଼ ସାହିରେ ସରପଞ୍ଚ ସସ୍ମିତା ପାତ୍ର, କୋମଣ୍ଡରେ ସରପଞ୍ଚ ଦୀପିକା ସେଠୀ, ଗିରିଡିପଲ୍ଲୀ ସରପଞ୍ଚ ମିନତୀ ପ୍ରଧାନ, ପଥରା ବୃଦ୍ଧାଶ୍ରମ ଠାରେ ପ୍ରକୃତି ମିତ୍ର ସୁକାନ୍ତ ଚୌଧୁରୀ ସେହିପରି ଓଡ଼ଗାଁ କଲେଜରେ ରାଜକିଶୋର ସାହୁ, ବନାଞ୍ଚଳ କାର୍ଯ୍ୟାଳୟରେ ରେଞ୍ଜର ନିଖିଲେଶ ମଲ୍ଲିକ, ତହସିଲ ଅଫିସରେ ତହସିଲଦାର, ଏନ୍ଏସିରେ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଲାଞ୍ଜନ ଦାସ ପ୍ରମୁଖ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post