ଓଡଗାଁ, ୨୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ସ୍ଥାନୀୟ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି ପରାମର୍ଶ ଶିବିରରେ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାଏକ, ନୟାଗଡ଼ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାଶ, ଭାରତ ସରକାରଙ୍କ ୟଙ୍ଗ ପ୍ରଫେସନାଲ ପ୍ରଶାନ୍ତ କୁମାର ମଲ୍ଲିକ, ସରକାରୀ ଶ୍ଳିପ ଶିକ୍ଷା କେନ୍ଦ୍ର, ନୟାଗଡ଼ରୁ ନୀଳକଣ୍ଠ ପାତ୍ର, ନୟାଗଡ଼ ବହୁବୃତି ଶିକ୍ଷା କେନ୍ଦ୍ର ଓଡ଼ଗାଁର ଅଧ୍ୟକ୍ଷ ଡ. ବନବିହାରୀ ମହାନ୍ତି ଏବଂ ଗୋଷ୍ଠୀ ପ୍ରକଳ୍ପ ଅଧିକାରୀ ସୂରଜ କୁମାର ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ଭିତିକ ତାଲିମ୍ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ୧୫ ରୁ ୩୫ ବର୍ଷ ମଧ୍ୟରେ ଯୁବକ ଯୁବତୀ ଏବଂ ଛାତ୍ରଛାତ୍ରୀ ମାନେ ଆଇଟିଆଇ, ଡିପ୍ଲୋମା ଏବଂ ଓ୍ବାଲଡ ସ୍କିଲ ସେଣ୍ଟରରେ କିପରି ପ୍ରବେଶ କରିବେ ଏବଂ ତାଲିମ ପ୍ରାପ୍ତ ପରେ ନିଶ୍ଚିତ କର୍ମନିଯୁକ୍ତି ପାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ବିଭିନ୍ନ ବର୍ଗରୁ କାର୍ଯ୍ୟକ୍ରମରେ ୨୦୫ ଜଣ ଅଂଶଗ୍ରହଣ କରିଥିଲେ । ଗୋଷ୍ଠୀ ଜୀବିକା ମିଶନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post