ଡାବୁଗାଁ ରେ ଗଣତନ୍ତ୍ର ଦିବସ ପାଳିତ

0 2

 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବ୍ଲକ ସ୍ତରୀୟ ୭୬ ତମ ଗଣତନ୍ତ୍ର ଦିବସ ମହା ସମାରହୋରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ପତ୍ତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଗଣତନ୍ତ୍ର ଦିବସ ଅବସରରେ ଡାବୁଗାଁର ସମସ୍ତ ଜନ ସାଧାରଣ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଡାବୁଗାଁ ର ସାର୍ବଜନୀନ ଉନ୍ନତି ପାଇଁ ସମସ୍ତ ଙ୍କ ମିଳିତ ପ୍ରୟାସ ରେ କାର୍ଯ୍ୟ କରିବାକୁ କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଥମ, ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ଓ ସରସ୍ଵତୀ ଶିଶୁ ମନ୍ଦିର ତୃତୀୟ ସ୍ଥାନ ହାସଲ କରିଥିଲା। ପ୍ୟେରେଡ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କନିଷ୍ଠ ବିଭାଗ ପ୍ରଥମ ,ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗାଇଡ ଦ୍ଵିତୀୟ ଓ ସ୍କାଉଟ ବିଭାଗ ତୃତୀୟ ସ୍ଥାନ ହାସଲ କରିଥିଲେ। ବ୍ଲକ ସ୍ତରୀୟ ବିଭିନ୍ନ ଖେଳକୁଦ ଓ ସଙ୍ଗୀତ ରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି,ଅଜୟ ବଲ୍ଲଭ ପଣ୍ଡା ଓ ଲକ୍ଷ୍ମୀକାନ୍ତ ରଥ ମୂଲ୍ୟାଙ୍କନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ଏମ ଆପ୍ପା ରାଓ, ଜିପିଇଓ ପଦ୍ମନାଭ ଭାଲ୍ଲା,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଏଥିରେ ଶିକ୍ଷକ ବିଶ୍ଵେଶ ତ୍ରିପାଠୀ,ବଲ୍ଲଭ ପଣ୍ଡା,ହେମନ୍ତ ବିଶ୍ବାଳ ସହଯୋଗ କରିଥିଲେ। ସେହିପରି ବ୍ଲକ ର ଅବସରପ୍ରାପ୍ତ କର୍ମଚାରୀ ସଂଘ,ସରସ୍ଵତୀ ଶିଶୁ ମନ୍ଦିର,ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ତଥା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

Leave A Reply

Your email address will not be published.