ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଏନ ଏସ ଏସ କୋୟୁନିଟ ତରଫରୁ ଜାତୀୟ ମତଦାନ ଦିବସ ପାଳିତ

0 1

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ଏନ ଏସ ଏସ କୋୟୁନିଟ ତରଫରୁ ଜାତୀୟ ମତଦାନ ଦିବସ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଏନ ଏସ ଏସ ଅଧିକାରୀ ତଥା ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ସପନ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ, ଅଧ୍ୟାପକ ଅଶୋକ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର ଓ ଲଷ୍ମୀ ଗୌଡ଼ ଏବଂ ସାମ୍ବାଦିକ ଶିବରାମ ଚୌଧୁରୀ ମଞ୍ଚାସିନ ଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଜାତୀୟ ମତଦାନ ଦିବସର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply

Your email address will not be published.