କେନ୍ଦୁଝର/ଦିଲ୍ଲୀପ ସାହୁ,ତା୨୬/୧- ସ୍ଥାନୀୟ କଲେଜରୋଡ଼ସ୍ଥ ସରସ୍ଵତୀ ଶିଶୁ ମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ଅନିଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସଂଗେ ସଂଗେ ଆଜି ଦିନର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିବାବେଳେ ଉପସଭାପତି ହୃଦାନନ୍ଦ ପ୍ରଧାନ,ସଂପାଦକ ଭାଗୀରଥି ଗିରି ଏବଂ ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଉପସ୍ଥିତ ଥିଲେ । ପ୍ରଥମେ ବିଦ୍ୟାଳୟ ଶିଶୁ ଭାଇଭଉଣୀ ଘୋଷ ବାଦ୍ୟରେ ଆଚାର୍ଯ୍ୟଆଚାର୍ଯ୍ୟାମାନଙ୍କ ସହ ପ୍ରଭାତ ପରିକ୍ରମା କରିଥିଲେ।ପରେପରେ ବିଦ୍ୟାଳୟ ପରିସରରେ ପତକା ଉତ୍ତୋଳନ ପରେ ପିଲା ମାନଙ୍କ ଦ୍ୱାରା ଘୋଷବାଦ୍ୟର ତାଳେ ତାଳେ ପଥ ସଞ୍ଚଳନ କରିଥିଲେ।ଏହି ଅବସରର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ବକ୍ତୃତା,ଦେଶାତ୍ମବୋଧ ସଂଗୀତ ତଥା ଝୋଟି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ସିଭିଲିଆନ କନିଷ୍ଠ ବିଭାଗରେ ଏହି ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଏବଂ ଦେଶାତ୍ମବୋଧକ ସଂଗୀତ ନୃତ୍ୟରେ ଅଂଶ ଗ୍ରହଣ କରି ମୁଖ୍ୟଅତିଥି ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସେବାବ୍ରତୀ ତଥା ଅଭିଭାବକ ଅରିଭାବିକା ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post