ଅସ୍ତରଙ୍ଗ ରେ ୭୬ ତମ ଜନରାଜ୍ୟ ଦିବସ ପାଳିତ ।

0 1

ଅସ୍ତରଙ୍ଗ/ଦୁଃଶାସନ ନାୟକ : ସ୍ତରଙ୍ଗ ବଜାର ସମେତ ତାର ଆଖ ପାଖ ଅଞ୍ଚଳରେ ୭୬ ତମ ଜନରାଜ୍ୟ ଦିବସ ରବିବାର ଦିନ ପାଳିତ ହୋଇଯାଇ ଅଛି । ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ଗଣ ତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ,ଅସ୍ତରଙ୍ଗ ପ୍ରେସ ବ୍ଲକ ଠାରେ,ଥାନା ଆଇ ଆଇ ସି,ରାଜେଶ୍ କୁମାର ବଳିଆର ସିଂ,ଜାତୀୟ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟ କ୍ରମ ରେ ସାମ୍ବାଦିକ ନିରଞ୍ଜନ ଦାସ,ଦୁଃଶାସନ ନାୟକ, ପ୍ରସାର ଖୁଣ୍ଟିଆ,ଆର୍ଯ୍ୟ କୁମାର ବିଶ୍ବାଳ,ସମୀର କର,ସଭାପତି ବିଶ୍ବ ଭୂଷଣ ବିଶ୍ବ ଶ୍ରୀ,ସମ୍ପାଦକ ଲୋକନାଥ ସ୍ବାଇଁ,ଆର୍ତ୍ତତ୍ରାଣ ମହାନ୍ତି,ସମୀର ସାହୁ,ଭୀମସେନ ବିଶ୍ଵାଳ ପ୍ରମୁଖ ଯୋଗ ଦାନ କରିଥିଲେ । ସେହିପରି କଂଗ୍ରେସ ଅଫିସ ରେ ବ୍ଲକ ସଭାପତି, ସୁକାନ୍ତ କୁମାର ମହାନ୍ତି,ବି ଜେ ଡି ଅଫିସ ରେ ସଭାପତି କେଦାର ବିଶ୍ଵାଳ,ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ତରଫରୁ ଏହାର ସଭାପତି ଅମିୟ କୁମାର ପଟ୍ଟନାୟକ,ବ୍ଲକ ରେ ଅଧ୍ୟକ୍ଷା ଆରତୀ ନାଏକ,ତହସିଲରେ ତହସିଲଦାର ପ୍ରୀୟଙ୍କା ପ୍ରିୟଦର୍ଶିନୀ ପତି,ଅସ୍ତରଙ୍ଗ ଥାନା ରେ,ଆଇ ଆଇ ସି,ରାଜେଶ କୁମାର ବଳିଆର ସିଂ, ସବୁଜ ଶାଖା ଠାରେ,ଦିବାକର ଛାଟୋଇ,ବହୁମୁଖି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡୀ,ଆଦି ଜାତୀୟ ପତାକା ଉତ୍ତୋଳନ କରିଥିଲେ ,। ବେଳାଭୂମି ହାଇ ସ୍କୁଲ,ଅସ୍ତରଙ୍ଗ ହାଇ ସ୍କୁଲ,ସୁନ୍ଦର୍ ହାଇ ସ୍କୁଲ,ସରସ୍ଵତୀ ଶିଶୁ ମନ୍ଦିର, ପାଟଳଦା ହାଇ ସ୍କୁଲ,ଜନତା ହାଇ ସ୍କୁଲ ବନ୍ତିଲୋ ,ଛୁରିଆନା ହାଇ ସ୍କୁଲ, ଦୁର୍ଗା କ୍ଲବ ଓ ବାବା ଗଣପତି କ୍ଲବ ଅସ୍ତରଙ୍ଗ,ଠାର ଯଥା ରିତି ଅନୁଯାୟୀ ଜନରାଜ୍ୟ ଦିବସ ପାଳିତ ହୋଇ ଯାଇଅଛି ।

Leave A Reply

Your email address will not be published.