ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ( ରବିବାର) ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ଜାତି ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ଦେଶ ସ୍ଵାଧୀନତା ପାଇଁ ଯେଉଁ ସ୍ଵାଧିନତା ସଂଗ୍ରାମୀ ମାନଙ୍କ ତ୍ୟାଗ ରହିଛି , ସେ ସମସ୍ତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗଣତନ୍ତ୍ରର ମୂଲ୍ୟବୋଧ ତଥା ଆମ ସମ୍ବିଧାନର ମୌଳିକ ନୀତିର ପ୍ରତିପାଳନ ନିମନ୍ତେ ଆଜିର ଏହି ଦିବସ ପାଳନ ଆମପାଇଁ ଗୁରୁତ୍ବ ବହନ କରେ।
ସମନ୍ଵୟ ରକ୍ଷା କରୁଥିବା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସତ୍ ଚେଷ୍ଟିତ। ଆମ ଜିଲ୍ଲା ଆଦିବାସୀ ବହୁଳ ହୋଇଥିବା ଯୋଗୁଁ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟକାରୀ କରୁଛନ୍ତି। ତେଣୁ ଜିଲ୍ଲାର ଉନ୍ନତି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି ଅବସରରେ ସ୍କୁଲ ଓ କଲେଜ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଦ୍ଵାରା ପୁରସ୍କୃତ କରାଯିବା ସହ ଜିଲ୍ଲା , ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୨୬ ଟି କଣ୍ଟୀଜେଣ୍ଟ ସମ୍ମିଳିତ ପ୍ୟାରେଡରେ ଭାଗ ନେଇଥିଲେ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ ପ୍ରାଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ।
ପରେ ଉପ କାରାଗାରର ଅନ୍ତେବାସୀ , ଜିଲ୍ଲା ମୁଖ୍ୟଚିକିତ୍ସାଳୟର ରୋଗୀମାନଙ୍କୁ , କୁଷ୍ଠା ଶ୍ରମର ଅନ୍ତେବାସୀଙ୍କୁ ଜିଲ୍ଲାପାଳ ବିଜୟ କୁମାର ଦାଶ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଶାସନିକ Xl ଓ ସାମ୍ବାଦିକ Xl ମଧ୍ୟରେ ଏକ ବନ୍ଧୁତା ପୂର୍ଣ୍ଣ କ୍ରିକେଟ ମେଚ୍ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.