(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା):ଆଜି ଆନ୍ତର୍ଜାତୀୟ ୭୬ତମ ସାଧାରଣ ତନ୍ତ୍ର ଦିବସ। ଏ ହାକୁ କେହିକେହି ଜନରାଜ୍ୟ ଦିବସ ବୋଲି କହିଥାନ୍ତି। ଏଅଵସରରେ ଦେଖିବାକୁ ମିଳିଛି , ଖଲ୍ଲିକୋଟ ର ସରକାରୀ ସ୍ତର ରୁ ଆରମ୍ଭ କରି ବେସରକାରୀ ସଂସ୍ଥା ଜାନୁଆରୀ ୨୬କୁ ସାଧାରଣ ତନ୍ତ୍ର ଦିବସ ରୂପେ ମହାଆଡମ୍ବରରେ ସହକାରେ ପାଳନ କରିଛନ୍ତି। ଆଜିର ଏ ସମାରୋହରେ ଖଲ୍ଲିକୋଟ ର କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟ, D I ET ଛାତ୍ର ଛାତ୍ରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ,ଓ ଅନ୍ୟାନ୍ୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ, ମାନେ ପ୍ରଭାତ ଫେରି କରି ଥିଲେ।
ଖଲ୍ଲିକୋଟ ବ୍ଳକ୍ ରେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପତାକା ଉତ୍ତୋଳନ କରିଥିଲେ। ତା ସହିତ ଅଶୋକ ସ୍ତମ୍ବ ଉନ୍ମୋଚନ କରିଥିଲେ। ଉପସ୍ଥିତ ଥିଲେ ବିଡିଓ ଖଲ୍ଲିକୋଟ ଦେବାଶିଷ ସାମଲ, ବିଜେପି ର ଅନ୍ୟାନ୍ୟ ନେତୃବୃନ୍ଦ, ଓ କର୍ମଚାରୀ । ଏହାପରେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପତାକା ଉତ୍ତୋଳନ କରିଥିଲେ।
ସାମିଲ୍ ଥିଲେ, ଖଲ୍ଲିକୋଟ ତହସିଲଦାର ତଥା ଏନ୍ ଏ ସି ଭାରପ୍ରାପ୍ତ ଅଧିକାରୀ ଡି. ମାଲେଶ୍ଵର ପାତ୍ର, ଚେୟାର ମେନ୍ ନୀରଞ୍ଜନ ବେହେରା, ଙ୍କ ସମେତ ଅନ୍ୟାନ୍ୟ କାଉନସିଲର ଓ କର୍ମ ଚାରୀ ଗଣ ।
ଏହାପରେ ଖଲ୍ଲିକୋଟ ଵସ୍ ଷ୍ଟାଣ୍ଡ ସ୍ଥିତ ବାପୁଜୀଙ୍କୁ ମାଲ୍ୟାର୍ପଣ କରିଥିଲେ। ତାପରେ ବାବା ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଥିବା ସ୍ବର୍ଗତ ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କୁ ମାଲ୍ୟାର୍ପଣ କରାଯାଇ , ଖଲ୍ଲିକୋଟ
ଗୋଷ୍ଠୀ ଉନ୍ନୟନ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଏନ୍ ଏ ସି ଚେୟାର ମେନ୍, ତହସିଲଦାର,ଓ ଡାକ୍ତର ଙ୍କ ଦ୍ୱାରା ମେଡିକାଲ ରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post