ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ” ନିୟତି” ମାନସିକ ଅନଗ୍ରସର ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ହରି ମୋହନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ପିଲାମାନଙ୍କ ଜୀବନ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ବିନୋଦିନୀ କଲେଜ ର ଅଧ୍ୟକ୍ଷ ଶ୍ରୀ ମନୋଜ ପଟ୍ଟନାୟକ ପିଲା ମାନଙ୍କୁ ସୁଚାର ରୂପେ ସେବା ଯୋଗାଇବା ଓ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ।
ସମ୍ପାଦିକା ତନୁଜା ଶତପଥୀ , ଲୋକନାଥ ମିଶ୍ର ନିଜ ନିଜ ଅଭିଭାଷଣ ରଖିଥିଲେ। ପିଲାମାନଙ୍କ ଦ୍ଵାରା ମନୋରଞ୍ଜନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁନିତ୍ ଗମାଙ୍ଗ, ଜୟାଆମ୍ମା, ପଲି ମା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଜୋସ୍ନା ଡାକୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସେହିପରି ବରିଷ୍ଠ ନାଗରିକଙ୍କ ମଞ୍ଚ ,ପାରଳାଖେମୁଣ୍ଡି ତରଫରୁ ଭାରତ ର ୭୬ତମ ସାଧାରଣତନ୍ତ୍ର ଦିବସ ମଞ୍ଚର କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି।
ମଞ୍ଚ ର ସମ୍ପାଦକ ଶ୍ରୀ ହରି ମୋହନ ପଟ୍ଟନାୟକ ଓ ସଦସ୍ୟ ଶ୍ରୀସୁବାଷ ଚନ୍ଦ୍ର ରାଉତ ପତାକା ଉତ୍ତୋଳନ କରିଥିଲେ। ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀ ସାଧାରଣତନ୍ତ୍ର ଦିବସ ଉପରେ ସମ୍ୟକ ଆଲୋକପାତ କରିଥିଲେ। ମଞ୍ଚ ର ସମସ୍ତ ସଦସ୍ୟ /ସଦସ୍ୟା ଏଥିରେ ଉପସ୍ଥିତ ଥିଲେ।
ଶ୍ରୀ ସତ୍ୟବାଦୀ ପାତ୍ର , ବିଶି କେଶନ ମହାପାତ୍ର ସକ୍ରିୟ ଭାବେ ମଞ୍ଚ ର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ଙ୍କ ପ୍ରତଖ୍ୟ ତତ୍ୱାବଧାନ ରେ ସମ୍ପାଦନ କରିଥିଲେ। ମଞ୍ଚ ର ମହିଳା ଶାଖା ର ପ୍ରମୁଖ ସଦସ୍ୟା ଶ୍ରୀମତୀ ନିବେଦିତା ରଥ ସମସ୍ତ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଜଳଯୋଗ ର ବ୍ୟବସ୍ଥା କରିଥିଲେ। ନୃସିଂହ ପ୍ରସାଦ ନାୟକ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.