ନବରଙ୍ଗପୁର ତା ୨୫.୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ନିର୍ବାଚନ ଶାଖା ପକ୍ଷ ରୁ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି।ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେବା ସଙ୍ଗେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନବୀନ ଚନ୍ଦ୍ର ନାୟକ,ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ସଭା ପ୍ରାରମ୍ବରେ ଡେପୁଟୀ କଲେକ୍ଟର ପି ମାନସ୍ମିତା ଜାତୀୟ ମତଦାତା ଦିବସ ଉପରେ ବିଶେଷ ସୁଚନା ଦେବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ସଭା ପୂର୍ବରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବୁଥ ସ୍ତରୀୟ ଅଧିକାରୀ,ସରକାରୀ ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତା ଏକ ଶୋଭାଯାତ୍ରାରେ ସାମିଲ ହୋଇ ଭୋଟର ସଚେତନତା ଓ ସୁଦୃଢ଼ ଗଣତନ୍ତ୍ର ଉପରେ ସ୍ଲୋଗାନ ପୂର୍ବକ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ପହଞ୍ଚିଥିଲେ।ସଭାରେ ମୁଖ୍ୟ ଅତିଥି ସମେତ ଅନ୍ୟ ଅତିଥି ଜାତୀୟ ମତଦାତା ଦିବସ ପାଳନ ର ଉଦ୍ଦେଶ୍ୟ,ପ୍ରତ୍ୟେକ ଭୋଟ ମୂଲ୍ୟବାନ, ଭୋଟ ସଚେତନତାକୁ ପ୍ରଚାର ପ୍ରସାର,ନାଗରିକ ର ଅଧିକାର, ଭୋଟର ପରିଚୟ ପତ୍ର ଉପରେ ବକ୍ତବ୍ୟ ରଖିଥିଲେ।ସଭାରେ ନୂଆ ଭୋଟର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ସ୍କୁଲ୍ ଏବଂ କଲେଜ ଛାତ୍ର ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା , କୁଇଜ୍,ସଂଗୀତ,ଚିତ୍ରାଙ୍କନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ସେଭଳି ଏ ଇ ଆର୍ ଓ, ବୁଥ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ନବରଙ୍ଗପୁର ମହାବିଦ୍ୟାଳୟ, ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ ସହ ବିଭିନ୍ନ ହାଇସ୍କୁଲ୍ ର ଛାତ୍ର ଛାତ୍ରୀ ଶୋଭାଯାତ୍ରା ଏବଂ ସଭାରେ ସାମିଲ ହୋଇଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର କୈଳାଶ ତ୍ରିପାଠୀ, ଡେପୁଟୀ କଲେକ୍ଟର ( ଉପ ଜିଲ୍ଲାପାଳ) ଜ୍ୟୋତି ରଥ,ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା , ବି ଡି ଓ,ନବରଙ୍ଗପୁର ସୁନିଲ ଖୁରା, ଏ ଡି ଡବ୍ଲୁ ଓ ଭାରତ ଚନ୍ଦ୍ର ସାହୁ,ଅଧ୍ୟାପକ,ଶିକ୍ଷକ,ଶିକ୍ଷୟତ୍ରୀ, ଏ ଇ ଆର୍ ଓ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post