ଲଙ୍ଗଲକଟା ରେ ଜାତୀୟ ମତଦାତା ଦିବସ ପାଳିତ

0 1

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ପଂଚାୟତ ଅନ୍ତର୍ଗତ ଲଙ୍ଗଲକଟା ତେୟାଲିସ ନମ୍ବର ବୁଥ ରେ ଜାତୀୟ ମତାଦାତା ଦିବସ ପାଳିତ ହୋଇଯାଇଛି l ବୁଥସ୍ତରୀୟ ଅଧିକାରୀ ପୁଷ୍ପାଞ୍ଜଳି ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନତା ସଭା କୁ ବରିଷ୍ଠ ନାଗରିକ ଶିଶୁ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସଚେତନ ନାଗରିକ ମଧୁସୂଦନ ପଧାନ, ଭକ୍ତଚରଣ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ମତଦାତା ଦିବସ ପାଳନ ର ମହତ୍ୱ ଉପରେ ଆଲୋକପାତ କରିବା ସହ ନିରପେକ୍ଷ ମତଦାନ ପାଇଁ ଶପଥପାଠ କରିଥିଲେ l ସିଆରପି ମିନାକ୍ଷୀ ପଧାନ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଭଗବତୀ ପଧାନ, ପ୍ରଭାସିନୀ ପଧାନ ସହଯୋଗ କରିଥିଲେ l ବିଏଲଓ ସୁପରଭାଇଜର ନରେନ୍ଦ୍ର ପୁରୋହିତ କାର୍ଯ୍ୟକ୍ରମ କୁ ପରିଦର୍ଶନ କରିଥିଲେ l ଶେଷରେ ନୂତନ ଭୋଟର ଜୁଲି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ବେହେରାମାଲ, ପିପିଲିପାଲି, ବହୁବସା, ଜୀବନଦାଦର, ଖଲିଆପାଲି, ମାୟାବର୍ହା, ବୈରାଗୀମୁଣ୍ଡା ଓ ବାଘହାଣ୍ଡି ମତଦାନ କେନ୍ଦ୍ର ଗୁଡିକରେ ମଧ୍ୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l

Leave A Reply

Your email address will not be published.