ସୁବର୍ଣ୍ଣପୁର ରେ ଜାତୀୟ ମତଦାତା ଦିବସ ପାଳିତ ,

0 1

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ନୂତନ ଟାଉନ ହଲ୍ ରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନ୍ୟା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ସୋନପୁର ସୌମ୍ୟାରୁପା ରଥ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ସୋନପୁର
ଉପ ଜିଲ୍ଲାପାଳ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ I ଜିଲ୍ଲାପାଳ ଶ୍ରୀମତୀ ଦାସ ସମସ୍ତ ମତଦାତାଙ୍କୁ ସଂକଳ୍ପ ପାଠ କରାଇଥିଲେ I ଯୁବ ନୂଆ ଭୋଟର ମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କ ହାତରେ ଦେଶର ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସେ ଉଦବୋଧନ ଦେଇଥିଲେ l ଜାତୀୟ ମତଦାତା ଦିବସ ଅବସରରେ
ନୂତନ ଯୁବ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ହୋଇଥିବା ରଚନା, ତର୍କ ଓ ଚିତ୍ରାଙ୍କନ ଓ କୁଇଜ଼ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଭୋଟର ସଚେତନତା ଓ ଭୋଟର ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରେ ଉଲ୍ଲେଖନୀୟ ଅବଦାନ ପାଇଁ ନିର୍ବାଚନମଣ୍ଡଳୀ ସୋନପୁର ,
ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ଅଧିକାରୀ କର୍ମଚାରୀ , ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜୟଦ୍ରଥ ଜଗଦଲା ,ଏବଂ ଅନ୍ୟାନ୍ୟ ପଦାଧିକାରୀ,କର୍ମଚାରୀ ସହାୟତା ପ୍ରଦାନ କରିଥିଲେ। ନୀଳାମ୍ବର ଶତପଥି ବରିଷ୍ଠ ରାଜସ୍ବ ସହାୟକ ସଭା ସଂଯୋଜନା କରିଥିଲେ l ସଭା ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳ ସୋନପୁରଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରେଲିରେ ସୋନପୁର ମହାବିଦ୍ୟାଳୟର ଏନସିସି କେଡେଟ୍ , ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସମେତ ଇନଫିନିଟି ର କର୍ମକର୍ତ୍ତା, ଏସ ଏଚ ଜି ସଦସ୍ୟା ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଅଂଶଗ୍ରହଣ କରିଥିଲେ l
କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ,ଶିକ୍ଷକ, ନୂତନ ଭୋଟର ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ I

Leave A Reply

Your email address will not be published.