୧୭ ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 1

ଖପ୍ରାଖୋଲ ୨୫/୦୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୧୭ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କ୍ରିକେଟ୍ କ୍ଳବ୍ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୁପେ ଭାନପୁର ସରପଞ୍ଚ ରୀନା ଜାଲ ଓ ସମ୍ମାନୀତ ଅତିଥି ରୁପେ ତୁର୍ଲା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ଭୂପିନ୍ଦ୍ର ବନଗୁଲା, ଦୟା ସାଗର ମର୍ହି, ଲଛମନ କାଲସାଏ, ମନିଲାଲ ଛତର, ଛବିଳ ପଧାନ, ଡିଲେଶ୍ୱର ଜାଲ ଯୋଗଦେଇ ନାଲି ଫିତା କାଟି, ନଡ଼ିଆ ଭାଙ୍ଗି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଉଦଘାଟନି ମ୍ୟାଚ ଭାନପୁର ଓ ଚାଉଲବାଞ୍ଜି ମଧ୍ୟରେ ଖେଳା ଯାଇଥିଲା। ଚାଉଲବାଞ୍ଜି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୪ ଓଭର୍ ରେ ୭ ୱିକେଟ୍ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାନପୁର ଦଳ ୧୩.୪ ଓଭର୍ ରେ ୯ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଯାହା ଫଳରେ ଭାନପୁର ଦଳକୁ ବିଜୟୀ ଘୋଷଣା କରାଯାଇଥିଲା । ଆମ୍ପାୟାର ରୁପେ ଆଶିଷ ପାଣିଗ୍ରାହୀ ଓ ପପୁ ଭୁଏ ଖେଳ ପରିଚାଳନା କରିଥିବା ବେଳେ ଆକାଶ ପାଣିଗ୍ରାହୀ ସ୍କୋରର ଭାବେ କାର୍ଯ୍ୟ ସମ୍ପାଦନ କରିଥଲେ। ରଞ୍ଜିତ ମେହେର ଓ କୁଶ ରଞ୍ଜନ ଭୋଇ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ମେହେର , ନରେଶ ବାରିକ, କେଦାର ବାରିକ, ନବୀନ ଭୁଏ, ସୁବିତ୍ ଭୋଇ, ସ୍ଵାଧୀନ ପଣ୍ଡା, ମିଲନ ନାଗ, ଦେବାଶିଷ ପାଣିଗ୍ରାହୀ ହୀରାଧର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ଆଠ ଦିନ ଧରି ଚାଲିବ ବୋଲି ଜଣାଯାଇଛି।

Leave A Reply

Your email address will not be published.