ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ଏବଂ ୧ଲକ୍ଷ ଜରିମାନା

0 1
  • ଜରିମାନା ଅନାଦେୟ ୧ବର୍ଷ ଅତିରିକ୍ତ ଜେଲଏ ଦଣ୍ଡ ଭୋଗିବ ଅଭିଯୁକ୍ତ

  • ପୀଡିତା ନାବାଳିକାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ

ସୁନ୍ଦରଗଡ଼:-୯ବର୍ଷୀୟ ବାଳିକାକୁ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ ପୋକସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲଦଣ୍ଡ ଏବଂ ୧ଲକ୍ଷ ଜରିମାନା ଦଣ୍ଡ ଘୋଷଣା କରିଛନ୍ତି | ଜରିମାନା ଅନାଦେୟ ଅଭିଯୁକ୍ତ ୧ବର୍ଷ ଅତିରିକ୍ତ ଜେଲ ଦଣ୍ଡ ଭୋଗିବା ବୋଲି ତାଙ୍କ ରାୟରେ ଅଦାଲତ ଉଲ୍ଲେଖ କରିଛନ୍ତି |
ସୂଚନା ଅନୁଯାୟୀ , ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଳା ଥାନା ଅନ୍ତର୍ଗତ ବି କରୁଆ ବାହାଲ ଗ୍ରାମର ଶିବ ଶଙ୍କର ବରୁଆ ନାମକ ବ୍ୟକ୍ତି ୨୦୨୧ ମସିହାରେ ଗ୍ରାମରେ ଉତ୍ସବ ଚାଇଥିବା ବେଳେ ଜଣେ ୯ବର୍ଷୀୟ ଶିଶୁ କନ୍ୟାକୁ ଟେକିନେଇ ଦୁଷ୍କର୍ମ କରି ପୁଣି ଉତ୍ସବ ସ୍ଥାନରେ ଛାଡି ଦେଇଥିଲା | ଶିବ ଶଙ୍କର ଛାଡ଼ିବା ବେଳକୁ କନ୍ୟା ଶିଶୁଙ୍କ ସାଙ୍ଗ ଏବଂ ପିଉଷୀ ଦେଖିବା ପାଇଁ ପାଇଲେ | କନ୍ୟା ଶିଶୁଙ୍କ କପଡ଼ା ରେ ରକ୍ତ ଲାଗିଥିବା ଦୃଶ୍ୟ ଏବଂ ତୁରନ୍ତ ପରିବାର ବର୍ଗଙ୍କ ପକ୍ଷରୁ ଘଟଣା ସମ୍ପର୍କରେ କିଞ୍ଜିର କେଳା ଥାନାକୁ ଅବଗତ କରାଇ କେସ ଦାୟର କରିଥିଲେ | ସେହି ସମୟରେ ଡିଏନଏ ରିପୋର୍ଟ ମଧ୍ୟ ଟେଷ୍ଟିଂ କରାଯାଇଥିଲା ଏବଂ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ | ଆଜି ସମସ୍ତ ତଥ୍ୟ, ସାକ୍ଷୀ ଏବଂ ଟେଷ୍ଟିଂ ରିପୋର୍ଟ କୁ ଆଧାର କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକସୋ କୋର୍ଟର ମାଜିଷ୍ଟ୍ରେଟ ଜ୍ଞାନ ରଞ୍ଜନ ପଟ୍ଟନାୟକ ତାଙ୍କୁ ଅଭିଯୁକ୍ତ କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇ ୧ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି | ଯଦି ୧ଲକ୍ଷ ଜରିମାନା ନଦିଅନ୍ତି ତାହେଲେ ପୁଣି ୧ବର୍ଷ ଜେଲ୍ ଦଣ୍ଡାଦେଶ ବଢିଯିବ ବୋଲି ରାୟ ଶୁଣାଇ ଛନ୍ତି | ଦୁଷ୍କର୍ମ ଶିଶୁ କନ୍ୟାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

Leave A Reply

Your email address will not be published.