ନୂଆପଡ଼ା ଜିଲ୍ଲା ରୁ କଳିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ସେ ଆଜି ପୁରୀ ଦୁର୍ଗ ରେଳ ଯୋଗେ ଆସି ଖରୀଆର ରୋଡରେ ଓହ୍ଲାଇଥିବା ବେଳେ ନୂଆପଡ଼ା ସର୍କିଟ ହାଉସରେ ବିଜେପି ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହାପରେ କୋମନା ଠାରେ ୪୬ ତମ ନିଖିଳ ଉତ୍କଳ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀରେ ସେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କୋମନା ବ୍ଲକ କାର୍ଯ୍ୟାଳୟରେ ଭୂମି ପୂଜନ ଉତ୍ସବରେ ସାମିଲ ହୋଇ ଥିଲେ। ପରେ ଖଡିଆଳ ଠାରେ ଚଲାନପଡା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରି କ୍ରୀଡାବିତ୍ ଏବଂ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି। ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୋଗଦାନ କରି ଏକାଡେମୀ କମ୍ପ୍ଲେକ୍ସ କୁ ଉଦ୍ଘାଟନ କରିବା ସହ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉସା ଯୋଜନା ରେ ପାଞ୍ଚ କୋଟି ଟଙ୍କାର ଶିକ୍ଷା ଭିତ୍ତିଭୂମି ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉସା ଯୋଜନା ରେ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟକୁ ୨୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଥିବା ବେଳେ ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ୫ କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ପ୍ରକାଶ କରିଥିଲେ l
ସୂଚନାଯୋଗ୍ୟ ଯେ ଦିର୍ଘ 47 ବର୍ଷ ପରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଏହା ଖଡ଼ିଆଳ ମହାବିଦ୍ୟାଳୟକୁ ଗସ୍ତ ଥିଲା l ଏଥି ପାଇଁ ସମଗ୍ର ମହାବିଦ୍ୟାଳୟ ପରିସର ଉତ୍ସବ ମୁଖର ହୋଇ ଉଠିଥିଲା lଏହି ଉଦ୍ଘାଟନ ଉତ୍ସବ ରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ , ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା, ଓ ପରିଚାଳନା ସଭାପତି ବିଶ୍ୱଜିତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମନ୍ତ୍ରୀ ଖରୀଆର ଅଗ୍ରେସନ ଧର୍ମଶାଳା ରେ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବା ସହ ସିନାପାଲି ଓ ବୋଡ଼େନ ରେ କର୍ମକର୍ତ୍ତା ସମ୍ମିଳନୀ ରେ ମଧ୍ୟ ଯୋଗ ଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post