୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଘାଟିତ: କେନ୍ଦ୍ରାପଡା ସେମିରେ

0

ପଦ୍ମପୁର, ୨୨/୧ : ପଦ୍ମପୁର ନିକଟସ୍ଥ ଖଏରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଖଏରପାଲି ଜଗନ୍ନାଥ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ପ୍ରଥମ ଦିନ ଖେଳରେ ୪ ଗୋଟି ଦଳ ମଧ୍ୟରୁ କେନ୍ଦ୍ରାପଡା କ୍ବାଟର ଫାଇନାଲ ମ୍ୟାଚରେ ବଲାଙ୍ଗୀରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚର ଉଦଯାପିତ ଉତ୍ସବରେ ଅତିଥି ଭାବରେ ପଦ୍ମପୁରର ବରିଷ୍ଠ ସାମ୍ବାଦିକ ରତ୍ନମଣି ଶତପଥି, ନିଳକଣ୍ଠ ଦୀପ, କିରଟି ସାହୁ, ଡିଲେଶ୍ୱର ବାଗ, ଅଶ୍ୱିନୀ ଧରୁଆ ପ୍ରମୁଖ ଯୋଗଦେଇ ମେନ୍ ଅଫଦି ମ୍ୟାଚ ଭାବରେ କେନ୍ଦ୍ରାପଡା ଦଳର ଅନିରୁଦ୍ଧ ସ୍ୱାଇଁଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ। ଜାନୁୟାରୀ ୨୬ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ଦିନର ମ୍ୟାଚକୁ ଅମ୍ପାୟାର ହନୁ ଅଗ୍ରୱାଲ, ଉମେଶ ଭୋଇ ଏବଂ ଅନ୍ତର୍ଯ୍ୟାମୀ ପ୍ରଧାନ ପରିଚାଳନା କରିଥିବା ବେଳେ ସ୍କୋରର ସୁନୀଲ, ଓ ବୁଦ୍ଧଦେବ ମହାରଣା ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ଜଗନ୍ନାଥ, ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.