ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀଦାସପୁ ର ପଞ୍ଚାୟତ ଅଧୀନ ଶଶଧର କ୍ଷିରୋଦ ମଣି ନୋଡାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ବୁଧବାର ର ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ , ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବସନ୍ତ କୁମାର ଲେଙ୍କା, ଅନ୍ୟତମ ଅତିଥି ଶିକ୍ଷାବିତ୍ ଅଭିମନ୍ୟୁ ଦାସ, ପ୍ରଫୁଲ୍ଲ କୁମାର ଦାସ, ସରପଂଚ ଜାନକୀ ବାରିକ୍, ସମିତି ସଭ୍ୟ ସଂଧ୍ୟା ରାଣୀ ନାୟକ, ମନୋଜ କୁମାର ଅଗସ୍ତି, ଅଭୟ କୁମାର ପୁହାଣ, ଜୟଦେବ ବାରିକ୍, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସାବିତ୍ରୀ ବିଶ୍ଵାଳ ଯୋଗ ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନାରାୟଣ ଲେଙ୍କା ସଭାପତିତ୍ବ କରିଥିଲେ। ଶିକ୍ଷକ ମାନସ ପୁତ୍ର ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିବ ବେଳେ ସୁନୀତା ସେଠୀ ଅତିଥି ପରିଚୟ ଓ ବର୍ଷା ରାଣୀ ମଲ୍ଲିକ ଧନ୍ୟବାଦ୍ ପ୍ରଦାନ କରିଥିଲେ। ରହି ଅବସର ରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.