ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଉ କିଛିଦିନ ପରେ ସାରା ଦେଶ ପାଳନ କରିବ ୭୬ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ। ଏଥି ନିମନ୍ତେ ଦେଶର ପଲ୍ଲୀ ଠୁ ଦୀଲ୍ଲି ସମସ୍ତ ସ୍କୁଲ କଲେଜ୍ ଅନୁଷ୍ଠାନ ଓ ପ୍ରଶାସନିକ ସ୍ତରରେ ଦେଖାଦେଇଛି ତତ୍ପରତା। ସେଥିପାଇଁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଅନ୍ୟାନ୍ୟ ପ୍ୟାରେଡ୍ ଦଳର ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭ୍ୟାସ ପ୍ୟାରେଡ୍ ଆରମ୍ଭ କରିଦେଇଛନ୍ତି। କାରଣ ଆସନ୍ତା ଜାନୁଆରୀ ମାସ ୨୬ ତାରିଖ ୨୦୨୫ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ କୁ ସ୍ଥାନୀୟ ପୁରୁଣା ଜେଲ୍ ପଡ଼ିଆ ଠାରେ ଉପସ୍ଥିତ ଅତିଥି ମାନଙ୍କ ଆଗରେ ଉତ୍ତମ ପ୍ୟାରେଡ୍ ପ୍ରଦର୍ଶନ କରିବେ।
ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କକ୍ଷରେ ହୋଇଯାଇଥିବା ପ୍ରସ୍ତୁତି ବୈଠକର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ଉପଖଣ୍ଡ ସଦର ମହକୁମା ଭଞ୍ଜନଗରସ୍ଥ ପୁରୁଣା ଜେଲ୍ ପଡ଼ିଆଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜାନୁଆରୀ ୨୩ ଓ ୨୪ ଦୁଇଦିନ ଧରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ବଛା ବଛା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଦଳର ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ। ଆଜି ଅର୍ଥାତ୍ ଜାନୁଆରୀ ୨୩ ତାରିଖ ଗୁରୁବାର ୨୦୨୫ ମଧ୍ୟାହ୍ନ ୩ ଘଣ୍ଟିକା ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଭିନ୍ନ ଭିନ୍ନ ପ୍ରାୟ ୨୩ ଗୋଟି ଦଳ ଅଭ୍ୟାସ ପ୍ୟାରେଡ୍ ରେ ଯୋଗଦାନ କରିଥିଲେ। ଏଥିରେ ମଧ୍ୟ ପୂର୍ବ ନିଷ୍ପତି ଅନୁଯାୟୀ ସ୍ଥାନୀୟ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ଘୋଷ୍ ବାଦକ ଦଳ ଉକ୍ତ ପ୍ୟାରେଡ୍ ପ୍ରଶିକ୍ଷଣ ରେ ଯୋଗଦାନ କରିଥିଲେ। ଘୋଷ୍ ବାଦ୍ୟର ତାଳେ ତାଳେ ୨୩ ଗୋଟି ଦଳ ଜେଲ୍ ପଡ଼ିଆଠାରେ ପ୍ରଥମ ଓ କିଛି ସମୟ ଅତିକ୍ରାନ୍ତ ପରେ ଦ୍ଵୁତୀୟ ପ୍ୟାରେଡ୍ ପରିକ୍ରମା କରିଥିଲେ।
ଆଜିର ପ୍ୟାରେଡ୍ ର ସୁପରିଚାଳନା ନିମନ୍ତେ କେ.ଏସ୍.ୟୁ.ବି କଲେଜ୍ ର ଏନ୍.ସି.ସି ଆର୍ମି ୱିଂଗ୍ ଅଫିସର୍ ଶ୍ରୀ ରଜନୀ କାନ୍ତ ତ୍ରିପାଠୀ, ନାଭାଲ୍ ୱିଂଗ୍ ଅଫିସର୍ ଡଃ ରବିନ୍ଦ୍ର କୁମାର ମିଶ୍ର ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଏନ୍.ସି.ସି ଅଫିସର୍ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର , ଆର୍ମି ୱିଂଗ୍ ର ପ୍ରଶାନ୍ତ କୁମାର ପ୍ରଧାନ ଓ ନାଭାଲ ର ସୁନିଲ୍ ବେହେରା ଉପସ୍ଥିତ ଥିଲେ। ଏହି ଦୁଇ ଦିବସୀୟ ପ୍ରଶିକ୍ଷଣ ପ୍ୟାରେଡ୍ ରେ ଓ ଆଗାମୀ ଉତ୍ସବରେ ମଧ୍ୟ କେ.ଏସ୍.ୟୁ.ଵି ମହାବିଦ୍ୟାଳୟ ର ୧୫ ଜଣ ଏନ୍.ସି.ସି ଛାତ୍ରଛାତ୍ରୀ ଙ୍କୁ ସ୍ବେଛାସେବୀ ରୁପେ ଯୋଗଦାନ କରିଛନ୍ତି। ତତ୍ ସହିତ ଆଜିର ପ୍ରଶିକ୍ଷଣ ବା ଅଭ୍ୟାସ ପ୍ୟାରେଡ୍ ରେ ସ୍ଥାନୀୟ ଅନେକ ଜନସାଧାରଣ ଉପସ୍ଥିତ ରହି ଅଭ୍ୟାସ ପ୍ୟାରେଡ୍ କୁ ଦେଖିଥିଲେ । ଏବଂ ଉତ୍ସବ ଦିନ ମଧ୍ୟ ଉପସ୍ଥିତ ରହିବେ। ଅଭ୍ୟାସ ପ୍ୟାରେଡ୍ ପରିଚାଳନା ରେ ଥିବା ଅଫିସର୍ ମାନେ ୨୩ ଗୋଟି ଦଳର ଗତିବିଧିକୁ ପରକ୍ଷି ତଦ୍ ଅନୁସାରେ ପ୍ୟାରେଡ୍ ଚିଠା ପ୍ରସ୍ତୁତ କରି ଉପଖଣ୍ଡ ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରି ଗୈ।ରିଶଙ୍କର ସତପଥି ଙ୍କୁ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ପ୍ରଦିପ କୁମାର ପାତ୍ର ଓ ତାରିଣୀ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଜାନୁଆରୀ ୨୬ ତାରିଖ ବା ୭୬ ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ରେ ଏଠାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଦେଶାତ୍ମବୋଧକ ଭିତ୍ତିକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।
Sign in
Sign in
Recover your password.
A password will be e-mailed to you.
Prev Post