ବାସୁଦେବପୁର – ବୁଧବାର ଅପରାହ୍ନ ତିନିଟା ଏକ ଖବର ସଂଗ୍ରହ କାର୍ଯ୍ୟ ସାରି ଯେତେବେଳେ ଆମେ ଘର ଅଭିମୁଖେ ତୁରନ୍ତ ଫୋନ ଏକ ଫୋନ ଆସେ, ଭାଇ ଆସ ଟିକେ ଯିବା ମୁଁ ଖବର ପାଇଲି ଏକ ପଞ୍ଚାୟତ ରେ ଏକାଧିକ ଲୋକ ଅସହାୟ ଅବସ୍ଥା ରେ ଅଛନ୍ତି। ଆସ ସେମାନଙ୍କ ପାଖକୁ ଯିବା ମୁଁ ମୋ ସକ୍ଷମ ଅନୁସାରେ ଯାହା ପାରିବି ସହଯୋଗ କରିବି ଆଉ ସେମାନଙ୍କ ଦୁଃଖ ରେ ଟିକେ ଭାଗୀ ହେବି। ସଙ୍ଗେ ସଙ୍ଗେ ଆମେ ଏମିତି ଏକ ଫୋନ କଲ୍ ପାଇ ବାହାରି ପଡିଲୁ ହଁ ଦର୍ଶକ ବନ୍ଧୁ ଏମିତି ଜଣେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ ଓରଫ ପିଣ୍ଟୁ। ସେ ତାଙ୍କର କେତେଜଣ ବନ୍ଧୁ ଙ୍କ ନିକଟ ରୁ ଖବର ପାଇ ବାହାରି ପଡି ଛନ୍ତି ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲି ମୁଣ୍ଡା ପଞ୍ଚାୟତ ଅଭିମୁଖେ। ପଞ୍ଚାୟତ କୁ ଯାଇ ଯୁବ ବନ୍ଧୁ ଗୌତମ ନାୟକ, ରାଜ କିଶୋର ଜାନା, ଜଗନ୍ନାଥ ଗିରି, ଅର୍ଜୁନ, ସନାତନ ଦଳାଇ ଙ୍କ ସାଙ୍ଗ ରେ ଯାଇ ଭେଟି ଥିଲେ ଅସହାୟ ଅବସ୍ଥା ରେ ଥିବା ବୃଦ୍ଧ ବାପା ମା, ଭାଇ ଭଉଣୀ ମାନଙ୍କୁ , ସେମାନଙ୍କ ନିକଟ ରୁ ଶୁଣି ଦୁଃଖ ପ୍ରକାଶ କରିଥିଲେ ପିଣ୍ଟୁ ବାବୁ କାହାର ରହିବାକୁ ଘର ନାହିଁ, ଭଙ୍ଗା କୁଡିଆ ରେ ରହୁଛନ୍ତି, ଭିନ୍ନ କ୍ଷମ କିନ୍ତୁ ଭତ୍ତା ପାଇବାରୁ ବଞ୍ଚିତ,ଏମିତି ସାତ ଆଠ ଟି ପରିବାର କୁ ଭେଟି ପିଣ୍ଟୁ ବାବୁ ତାଙ୍କ ସକ୍ଷମ ଅନୁସାରେ ଶୀତ ଲୁଗା, ଶାଢ଼ୀ, ଶୁଖିଲା ଖାଦ୍ୟ ପଦାର୍ଥ ଦେବା ସହ ସେମାନଙ୍କୁ ଆଶସ୍ଵନା ଦେଇଥିଲେ। ପଞ୍ଚାୟତ ର ଯୁବ ବନ୍ଧୁ ମାନେ ମଧ୍ୟ ପିଣ୍ଟୁ ବାବୁ ଙ୍କ ସାଙ୍ଗରେ ବୁଲି ଥିଲେ। ସରକାର ଙ୍କୁ ଅନୁରୋଧ ଏହିଭଳି ଲୋକ ମାନଙ୍କ ଙ୍କୁ ଭେଟି ତୁରନ୍ତ ଆବଶ୍ୟକ ସହଯୋଗ ପ୍ରଦାନ କରନ୍ତୁ।
Sign in
Sign in
Recover your password.
A password will be e-mailed to you.