ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ପଞ୍ଚାୟତ ରେ ବେଲସାଉଁଲିଆ ଡିଗି ପୋଖରୀ ଠାରେ ନେତାଜୀ ଯୁବକ ସଂଘ ପକ୍ଷ ରୁ ଶ୍ରୀ ଶ୍ରୀ ଗାୟତ୍ରୀ ମହାଯଜ୍ଞ, ନେତାଜୀ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମ ଦିନ ଏକୋଇଶି ତାରିଖ ମଙ୍ଗଳ ବାର ରେ ଗ୍ରାମ ବାସୀ ଙ୍କୁ ନେଇ କଳସ ଶୋଭାଯାତ୍ରା, ପ୍ରବଚନ ସଂଧ୍ୟା କାର୍ଯ୍ୟ କ୍ରମ, ବାଇଶି ତାରିଖ ବୁଧବାର ରେ ସମୂହ ହନୁମାନ ଚାଳିଶା ପାଠ, ପ୍ରବଚନ ସଂଧ୍ୟା, ତେଇଶି ତାରିଖ ଅନ୍ତିମ ଦିନ ରେ ନେତାଜୀ ଜୟନ୍ତୀ ପାଳନ ସହ ଭଜନ ସଂଧ୍ୟା ଓ ଯଜ୍ଞ ର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ଭଳି କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇ ଯାଇଛି। ଅନୁଷ୍ଟିତ ନେତାଜୀ ଜୟନ୍ତୀ ପାଳନ ରେ ଯୁବକ ସଂଘ ର ସଦସ୍ୟ ମାନଙ୍କ ସହ ଶିକ୍ଷାବିତ୍ ସୁରେନ୍ଦ୍ର ବାରିକ୍, ଗଜେନ୍ଦ୍ର ପ୍ରସାଦ ମିଶ୍ର, ଭଗବାନ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀକାନ୍ତ ପଣ୍ଡା, ଉପସ୍ଥିତ ରହି ଥିଲେ। ଅନୁଷ୍ଟିତ ସଭା କାର୍ଯ୍ୟ କ୍ରମ ପିତାମ୍ବର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରଶାନ୍ତ କୁମାର ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଟିତ ହୋଇଥିଲା ବେଳେ ଅତିଥି ମାନେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଅନେକ ବିଷୟ ଆଲୋକ ପାତ କରିଥିଲେ। ତିନି ଦିନ ଧରି ଅନୁଷ୍ଟିତ କାର୍ଯ୍ୟ କ୍ରମ କୁ ସଭାପତି ଶିବ ଚରଣ ସାମଲ, ସମ୍ପାଦକ ଦିନ ବନ୍ଧୁ ନାୟକ ଙ୍କ ସହ ଯୁବକ ସଂଘ ର ବହୁ ଯୁବକ ଉପସ୍ଥିତ ରହି ସଫଳ କରାଇ ଛନ୍ତି। ସ୍ଥାନୀୟ ପଞ୍ଚାୟତ ସହ ବାସୁଦେବପୁର ର ବିଭିନ୍ନ ସ୍ଥାନ ରୁ ହଜାର ହଜାର ଲୋକ ମାନଙ୍କ ସମାଗମ ହୋଇଥିବାର ଦେଖା ଯାଇଛି।
Sign in
Sign in
Recover your password.
A password will be e-mailed to you.