ଦମ ଦେଖାଇଲେ ସମରେନ୍ଦ୍ର 

0

ବଲାଙ୍ଗିର :  ତିନି ବର୍ଷ ପୂର୍ବେ ନଭେମ୍ବର ୬ ତାରିଖ କଳାମଣ୍ଡଳ ପଡିଆରେ ହୋଇଥିଲା ଏକ ବିରାଟ ଚାଷୀ ସମାବେଶ ।  ଲଢେଇଥିଲା ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ପାଇଁ । ସେ ସମୟରେ ଜିଲ୍ଲାପାଳ ମୁଥୁ କୁମାରକୁ ଦିଆଯାଇଥିଲା ଦାବିପତ୍ର । କୃଷିମନ୍ତ୍ରୀ ଥିଲେ ଦାମ ରାଉତ । ଆନ୍ଦୋଳନର  ତିବ୍ରତାକୁ ଦେଖି ସରକାର ମୁଣ୍ଡ ନୁଆଁଇଥିଲା । ଜିଲ୍ଲାସାରା  ଶତପ୍ରତିଶତ ମରୁଡି ଘୋଷଣା ହୋଇଥିଲା । ସେସମୟର ହକ ଲଢେଇରେ ଆଜିର ଏଆଇସିସି ସଦସ୍ୟ ତଥା ବରିଷ୍ଠ  ମୁଖପାତ୍ର ଥିଲେ ଜଣେ ସାଧାରଣ ଦଳିୟ କର୍ମୀ । ସେ ସମୟର ଆନ୍ଦୋଳନର ରୂପରେଖରେ ତାଙ୍କର ଭୂମିକା ଥିଲା ବେଶ୍ ଗୁରୁତ୍ୱପୁର୍ଣ୍ଣ । ଆନ୍ଦୋଳନର ସଜବାଜ, ପ୍ରଚାର, ଚାଷୀମାନଙ୍କ ନ୍ୟାର୍ଯ୍ୟ ଦାବି ସରକାରଙ୍କ ପାଖକୁ ପହଞ୍ଚାଇବାର କୌଶଳ  ବିଥିଲା ସମରେନ୍ଦ୍ରଙ୍କର । ଏହା କେବଳ ଏକ ସଂଯୋଗ ନ ଥିଲା । ଯୁବନେତା ସମରେନ୍ଦ୍ରଙ୍କର ପରିଚୟ ସୃଷ୍ଟି ଏଠୁଁ ହିଁ ହୋଇଥିଲା । ଦିର୍ଘ ୩ ବର୍ଷ ସଂଘର୍ଷମୟ ସେବା, ଚାଷୀ, ଯୁବକ, ମହିଳାମାନଙ୍କ ପାଇଁ ଲଢେଇ କରିବାର ଅଦମ୍ୟ ଇଚ୍ଛା, ଦାବି ହାସଲ କରିବାର କୌଶଳ  ତାଙ୍କୁ ପରେ ପରେ ଏଆଇସିସି ସଦସ୍ୟ ତଥା ପିସିସିର ବରିଷ୍ଠ  ମୁଖପତ୍ର ପରି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିଲା ଏବଂ ସେ ସବୁ ପଦବି ଯଥାର୍ଥତା ଆଜିର ବିଶାଳ ସମାବେଶ ପରେ ନିହାତି ପକ୍ଷେ ଜାତୀୟ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ରାଜନୈତିକ ସମିକ୍ଷକ ତଥା ରାଜନେତାମାନେ ପାଇଯାଇଥିବେ । ଏହି ସମାବେଶର ପ୍ରତ୍ୟେକ କାର୍ଯ୍ୟ ଯଥା କୃଷକ ଓ ଯୁବକଙ୍କ ସମସ୍ୟା ଶୁଣିବା, ତାଙ୍କ ପାଇଁ ସମବେଶର ଆୟୋଜନ କରିବା, ସମାବେଶର ପ୍ରଚାର ପ୍ରସାର ଠୁଁ ଖାଦ୍ୟପେୟ, ଶାନ୍ତି ଶୃଙ୍ଖଳା ସମସ୍ତ ଜିନିଷ ସୂଚାରୁରୂପେ ନିଜ ଯୁବ ବ୍ରିଗେଡ ଦ୍ୱାରା ଅତି ସହଜରେ କରାଇବାର ଦକ୍ଷତା ସମରେନ୍ଦ୍ରଙ୍କ ଉପରେ ଆଗାମୀ ଦିନରେ କେବଳ ବଲାଙ୍ଗିର ନୁହେଁ ପଡୋଶୀ ଜିଲ୍ଲାର ଛାତ୍ର, ଯୁବକ, ଶ୍ରମିକ, କୃଷକମାନେ ନିଶ୍ଚୟ ଭରସା କରିବେ । ଆଜିର ଏହି ସମାବେଶ ଦ୍ୱାରା ଜିଲ୍ଲାରେ କଂଗ୍ରେସ ସଂଗଠନ କେବଳ ସୁଦୃଢ ହୋଇନାହିଁ, ଏହା ଦ୍ୱାରା ଜିଲ୍ଲା ତଥା ପଡୋଶୀ ଜିଲ୍ଲା ସମରେନ୍ଦ୍ରଙ୍କ ଭଳି ଏକ ଯୁବ ନେତୃତ୍ୱ ଯିଏ କି ଦିର୍ଘ ଦିନ ପାଇଁ ଦଳ ତଥା ଲୋକଙ୍କ ପାଇଁ ଏକ ଲଢୁଆ ମନୋବୃତ୍ତି ନେଇ ସେବା ପ୍ରଦାନ କରିବ ଏହି ବିଶ୍ୱାସ ରାଜନୈତିକ ସମୀକ୍ଷକଙ୍କ ମନରେ ନିଶ୍ଚୟ ଜମାଟ ବାନ୍ଧିଥିବ । ବରିଷ୍ଠ  କଂଗ୍ରେସ ନେତା ଶରତ ପଟ୍ଟନାୟକ, ସୁରେନ୍ଦ୍ର ସିଂଭୋଇ, ସନ୍ତୋଷ ସିଂ ସାଲୁଜା, ରାଧାକାନ୍ତ ପଣ୍ଡାଙ୍କ ଭଳି ଧୁରିଣ ରାଜନୈତିଜ୍ଞମାନେ ମଧ୍ୟ ଆଜିର ଏହି କୃଷକ ସମାବେଶକୁ ଭୂୟସି ପ୍ରଶଂସା କରିଥିଲେ । ବିଶେଷ କରି ଚାଷୀ ସମାବେଶକୁ ଯେପରି ସଫଳ କରିବା ପାଇଁ ସମରେନ୍ଦ୍ରଙ୍କୁ ଯୁବ ବ୍ରିଗେଡ, ନଗର ସଭାପତି ବୁଲୁ ଦାନି, ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ମନିଷ ମିଶ୍ର,  ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର ସଭାପତି ଶୁଭମ ସାହୁ, ଯୁବନେତା ଅଜୟ ବାଲି, ମାନସ ମହାନ୍ତି,ସାନନ୍ଦ ମିଶ୍ର, ପିସିସି ସଂପାଦକ ସୁଦାମ ସାହୁ, ଅଭିନାଶ ସାଏ, ବ୍ରଜ ସେଠି, ଆଶୁତୋଷ ମହାନ୍ତିଙ୍କ ନେତୃତ୍ୱରେ ଶହସ୍ରାଧିକ ଯୁବକ ସହରର ପାଞ୍ଚଟି ରାସ୍ତାରୁ ବିରାଟ ପଟୁଆରରେ କଳାମଣ୍ଡଳ ପଡିଆକୁ ହଜାର ହଜାର ଲୋକଙ୍କୁ ବିଭିନ୍ନ ନାରା ଦେଇ ପାଛୋଟି ଆଣିଥିଲେ ତାହା ଦେଖିବାର ଥିଲା । କୃଷକ ଓ ଯୁବକଙ୍କ ଏହି ବିରାଟ ସମାବେଶ ମାଧ୍ୟମରେ ସମରେନ୍ଦ୍ରଙ୍କ ସମରସଜ୍ଜା ଅଦ୍ଭୁଦପୂବ ଥିଲା । କଂଗ୍ରେସ ଦଳର ଆଜିର ଏହି ଶକ୍ତି ପ୍ରଦର୍ଶନ ଆଗାମୀ ନିର୍ବାଚନ ୨୦୧୯ ପର୍ଯ୍ୟନ୍ତ ଜିଲ୍ଲାର ଅବହେଳିତ ଛାତ୍ର, ଯୁବକ, କୃଷକ, ଶ୍ରମିକମାନଙ୍କ ମଧ୍ୟରେ ନିଶ୍ଚୟ ରହିବ ବୋଲି ଆଶା କରାଯାଏ ।

Leave A Reply

Your email address will not be published.