ନୂଆପଡ଼ା ଜିଲ୍ଲା ରୁ କଲୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ଆଜି ଓଡିଶା ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ତାଙ୍କ ସହିତ ପୋଲିସ ଆଇ ଜି ଅପରେସନ ,ନୀତି ଶେଖର , ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ।
ଡି ଜି ପି କହିଲେଯେ ନୂଆପଡ଼ା ଜିଲ୍ଲାସୀମା ଠାରୁ ୫ କିଲୋମିଟର ଦୂରତାରେ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ମିଳିତ ପୋଲିସ ବାହିନୀକୁ ମାଓ ଦମନ ଅଭିଯାନ ରେ ବଡ ସଫଳତା ମିଳିଛି। ଯବାନଙ୍କ ଏନକାଉଣ୍ଟର ରେ ୧୪ ଜଣ ନିହତ ମାଓବାଦୀଙ୍କ ଶବ ଏଯାଏଁ ଉଦ୍ଧାର ହେଇଛି l ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ କୁଲାହାରିଘାଟର ଭାଲୁଡିଗି ଜଙ୍ଗଲରେ ଏନକାଉଣ୍ଟର ବେଳେ ମାଓବାଦୀ ନିହତ ସଂଖ୍ୟା ବୃଦ୍ଧି ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ଅପରେସନରେ ଓଡ଼ିଶା ଏସଓଜି , ଛତିଶଗଡ଼ କୋବ୍ରା ବାଟାଲିୟନ ଏବଂ ସି ଆର୍ ପି ଏଫ୍ ଏଭଳି ତିନି ପ୍ରକାର ଯବାନଙ୍କ ମିଳିତ ଦଳ ସାମିଲ ହୋଇଥିଲେ l ଏହି ଅଭିଯାନରେ ରେ ଅତ୍ୟାଧୁନିକ ରଣନୀତି ବ୍ୟବହାର ହୋଇଛି । ଗତ ୧୯ ତାରିଖ ଦିନ ମାଓ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ୨୧ ତାରିଖ ଦିନ ଆଉ ୧୨ ଜଣ ନିହତ ମାଓବାଦୀଙ୍କ ଶବ ଉଦ୍ଧାର ହେଇଛି lସେଥି ମଧ୍ୟରୁ ମାଓବାଦୀ ସଙ୍ଗଠନର କେନ୍ଦ୍ର କମିଟି ସଦସ୍ୟ ଚଲପତି ଓ ଅନ୍ୟଜଣେ ଓଡ଼ିଶା କମିଟି ମେମ୍ବର ଜୟରାମ ବୋଲି ଜଣା ପଡିଛି । ଏବେ ମଧ୍ୟ ସର୍ଚ୍ଚ ଅପରେସନ ଚାଲୁ ରହିଅଛି। ଆସନ୍ତା ଦିନରେ ନିହତ ମାଓ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପୋଲିସ ମହା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନରେ ଏସ ଓ ଜି ଙ୍କ ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ସେମାନଙ୍କ ବିଶେଷ ଆର୍ଥିକ ସହାୟତାକୁ ୮ ହଜାର ରୁ ୨୫ ହଜାର କୁ ବୃଦ୍ଧି କରିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଦେଇଥିବା ପ୍ରତିଶ୍ରୁତି ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦ ଓ ନକ୍ସଲ ମୁକ୍ତ ଭାରତ ଗଠନର ଏହା ଏକ ସଫଳ ପ୍ରୟାସ ବୋଲି ଡି ଜି ପି ମତବ୍ୟକ୍ତ କରିଥିଲେ। ଏହି ଘଟଣା ପରେ ମାଓ ଗତିବିଧି ବୃଦ୍ଧି ହେବା ନେଇ ସୀମାନ୍ତ ଅଞ୍ଚଳ ରେ ଅଧିକ ସତର୍କତା ଅବଲମ୍ବନ ସହିତ ଅନେକ ପଦକ୍ଷେପ ଗ୍ରହଣ କରା ଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି। ଆଜି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post